STORYMIRROR

Mamata kumari Behura

Action Inspirational Others

4  

Mamata kumari Behura

Action Inspirational Others

ଆମ ଦେଶର ଗର୍ଵ ଓ ଗୌରବ ତ୍ରିରଙ୍ଗା

ଆମ ଦେଶର ଗର୍ଵ ଓ ଗୌରବ ତ୍ରିରଙ୍ଗା

1 min
367


ମାଆଠୁ ବଳି ଅତି ନିଜର

ଜନନୀ ଜନ୍ମ ଭୂଇଁ

ତାହାରି ଟେକ ରଖିବା ଆମେ

ସେବାରେ ଜୀବନ ଦେଇ।


ସ୍ୱାଧୀନ ଆଜି ଆମେରେ ସବୁ

କାହାକୁ ନାହିଁ ଡର

ତ୍ରିରଙ୍ଗା ଆଜି ଆମ ଗହଣେ

ଉଡଇ ଫରଫର।


ଆମରି ଦେଶର ଗର୍ବ ଓ ଗୌରବ

ଆମ ଏ ଜାତୀୟ ଧ୍ୱଜା

ଵୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ

କରିବା ତାହାରି ପୂଜା।


କେତେ ଵୀର ପୁତ୍ର ଏ ଦେଶେ ଜନମି

ରଖିଥିଲେ ଦେଶପ୍ରୀତି

ଆଜି ଏ ତ୍ରିରଙ୍ଗା ଉଡେ ଫରଫର

ହୋଇ ତାଙ୍କ ପାଇଁ ସ୍ମୃତି।


ତାଙ୍କରି ତ୍ୟାଗ ଓ ଆତ୍ମ ଵଳୀଦାନ

ଗାଏ ଆଜି ଇତିହାସ

ଜନ୍ମଭୂମି ପାଇଁ ଜୀବନ ଦେଇକି

ଅରଜିଲେ କେତେ ଯଶ।


ଵିଦେଶୀ ଶାସକ ଡରି ପଳାଇଲେ

ତାଙ୍କରି ଏକତା ଦେଖି

ସେଥିପାଇଁ ପରା ସ୍ୱାଧୀନତା ସ୍ୱାଦ

ଆମେ ପାରିଆଛେ ଚାଖି।


ଉଣେଇଶି ଶହ ସଡ଼ଚାଳିଶିର

ଅଗଷ୍ଟ ପନ୍ଦର ଦିନ

ଭାରତ ଆକାଶେ ସ୍ୱାଧୀନତା ସୂର୍ଯ୍ୟ

ଉଇଁଥିଲା ସେହି ଦିନ।


ଫରଫର ହୋଇ ଉଡିଲା ତ୍ରିରଙ୍ଗା

ସ୍ୱାଧୀନ ହୋଇଲେ ଆମେ

ତିନିରଙ୍ଗ ଦେଲା ନୂତନ ସନ୍ଦେଶ

ସ୍ୱାଧୀନତା ମର୍ମେ ମର୍ମେ।


ଅଙ୍କୁରିତ ହେଲା ସ୍ୱାଧୀନ ଚେତନା

ସବୁରି ହୃଦୟେ ପରା

ଜାତି ପ୍ରେମ ମହକରେ ଭରିଗଲା

ଭାରତ ଭୂମିଟା ସାରା।


ସେହି ଅଖଣ୍ଡତା ଐକ୍ୟ ମନ୍ତ୍ରେ ଆଜି

ବାନ୍ଧି ହୋଇ ରହି ସର୍ବେ

ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ

ଗାଇବା ତା ଜୟ ଗର୍ବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action