STORYMIRROR

Mamata kumari Behura

Classics Others

4  

Mamata kumari Behura

Classics Others

ଶୀତ ରାଣୀ

ଶୀତ ରାଣୀ

1 min
237


ମରତ ପୁରୀକୁ ଆସିଛି ଶୀତ

ଧଳା ଓଢ଼ଣୀ ଟାଣି

ତାକୁ ଦେଖିକି ପାଚିଲା ଧାନ

କ୍ଷେତରେ ହସିଲାଣି।।

ଅମଳ ପାଇଁ ପ୍ରସ୍ତୁତ ହୋଇ

ଆମ କୃଷକ ଭାଇ

ସ୍ୱାଗତ ତାକୁ କରୁଛି ସେ ଯେ

ଖୁସିରେ ଗୀତ ଗାଇ।

ପାଚିଲା ଧାନ ହସୁଛି ପୁଣି

ହସୁଛି ସୁନା କ୍ଷେତ

ଅମଳ ପାଇଁ ଚାଷୀ ଭାଇ ଯେ

ଖୁସିରେ ଗାଏ ଗୀତ।

ନାନା ଫୁଲ ଓ ପନିପରିବା ରେ

ଭରପୂର ଦିଶେ କ୍ଷେତ।

ନାନା ଢ଼ଙ୍ଗରେ ଗାଆନ୍ତି ସର୍ଵେ

ଶୀତ ପାଇଁ କି ଗୀତ।

ପାହାନ୍ତାରେ ଯେ କାକର ବିନ୍ଦୁ

ଖସି ଘାସ ଉପର

ସୂର୍ଯ୍ୟ କିରଣ ପଡି ତାପରେ

ଦିଶଇ ମନୋହର।

ଶୀତ ପରଶେ ସଭିଙ୍କ ମନ

ପୂରା ଚହଲି ଯାଏ

ଶୀତ ବସ୍ତର କିଣିବା ପାଇଁ

ଗହଳି ଲାଗିଯାଏ।

ପ୍ରଥମାଷ୍ଟମୀ ସହିତ ପୁଣି

 ହୁଅଇ ମାଣ ଓଷା

ଲକ୍ଷ୍ମୀ ପୂରାଣ ସୁର ଶୁଭଇ

ଆଉ ଯେ ନାନା ପିଠା।

ଶାମ୍ଵ ଦଶମୀ ମକର ଧନୁ

ଶ୍ରୀ ପଞ୍ଚମୀ କଥା।

ଶୀତର ଗୀତ ମଉଜ ଆଣେ

ଦେଇ କେତେ ବାରତା।

ନାନା ପରଵ ସାଥିରେ ଧରି

ଆସିଛି ପରା ଶୀତ

ନୂଆ ପୋଷାକ ପିଠାପଣାରେ

ହୁଅନ୍ତି ସର୍ଵେ ରତ।

ଶୀତ ଆସିଲେ ସଭିଙ୍କ ମନ

ଉଛନ୍ନ ହୋଇଯାଏ

ଵଣଭୋଜି ଓ ବୁଲାବୁଲିରେ

ସଭିଙ୍କ ମନ ଥାଏ ।

ପୌଷ ଓ ମାଘ ଦୁଇଟି ମାସ

ମିଶି ଶୀତ ଋତୁ ହୁଏ

ବରଷକେ ଥରେ ଆସି ଧରାକୁ

ପୁଣି ସେ ଚାଲିଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics