STORYMIRROR

Mamata kumari Behura

Comedy Classics Others

3  

Mamata kumari Behura

Comedy Classics Others

ବାପୁ

ବାପୁ

1 min
195


ଭାରତ ମାତାର ସୁଯୋଗ୍ୟ ସନ୍ତାନ

ମହାନୁଭବ ମୋହନ

ଝୁରୁଛି ତୁମକୁ ଭାରତମାତା ଯେ

ଝୁରୁଥିବ ଚିରଦିନ।


ମାତାକୁ ବନ୍ଧନ ମୁକ୍ତ କରିଵାକୁ

ନେଲ ଯେ ବଜ୍ର ଶପଥ

ଅହିଂସା ଅସ୍ତ୍ରରେ ଲଢି ଇଂରେଜଙ୍କୁ

ଦେଖାଇଲ ଯିବା ପଥ।


ନିଦ ହଜିଗଲା ଇଂରେଜ ମାନଙ୍କ

ତୁମ ଲଢେ଼ଇକୁ ଦେଖ

ଲୁଚି ପଳାଇଲେ ରାତ୍ରିର ଅର୍ଦ୍ଧରେ

ପାଇଗଲେ ଆମେ ମୁକ୍ତି।


ସତ୍ୟ ଓ ଅହିଂସା ମନ୍ତ୍ର ଯେ ଫୁଙ୍କିଲ

ପ୍ରତି ଭାରତୀୟ କାନେ

ଏକତ୍ରିତ ହୋଇ ଆଗେଇ ଚାଲିଲେ

ତୁମରି ସେହି ଆହ୍ୱାନେ।


ସ୍ୱଛ ଭାରତର ସ୍ୱପ୍ନ ଦେଖଥିଲ

କରିବା ପାଇଁ ସାକାର

ଅଧୁରା ରହିଛି ତୁମରି ସପନ

ଫେରି ଆସି ପୂର୍ଣ୍ଣ କର।


ଫେରି ଆସି ଥରେ ଦେଖି ଯାଅ ବାପୁ

ସ୍ୱାଧୀନ ଭାରତଟିକୁ

ସ୍ୱାଧୀନତା ଦ୍ୱାହି ଦେଇ ସର୍ବେ ଆଜି

ଧାଉଁଛନ୍ତି ଅବାଟକୁ।


ହିଂସା ଦ୍ୱେଷ ଆଉ ଶୋଷଣ ଧର୍ଷଣ

ଚାରିଆଡେ ବ୍ୟାପିଅଛି

ଭାରତ ମାତାଯେ ତୁମକୁ ଝୁରିକି

ଲୁହ ଗଡାଇ କାନ୍ଦୁଛି।


ଫେରିଆସି ଥରେ ମାଆର ଆଖିରୁ

ପୋଛି ଦେଇ ଯାଅ ଲୁହ

ଜାତିର ଜନକ ହେ ଜାତୀୟ ପିତା

ରାମ ରାଜ୍ୟ ଗଢି ଯାଅ।


Rate this content
Log in

Similar oriya poem from Comedy