STORYMIRROR

Mamata kumari Behura

Thriller Others

4  

Mamata kumari Behura

Thriller Others

ଗଣନାଥ ଵିଦ୍ୟଦାତା

ଗଣନାଥ ଵିଦ୍ୟଦାତା

1 min
284


ନମୋ ଗଣନାଥ ଵିଦ୍ୟାଦାୟକ

ସର୍ଵ କାର୍ଯ୍ୟର ଯେ ଶୁଭଚିନ୍ତକ।

ସର୍ଵ କାର୍ଯ୍ୟରେ ତୁମେ ଅଗ୍ରପୂଜ୍ୟ

ଵିଭୁତିରୁ ଝରେ ତୁମ ଆଶିଷ।

ତୁମେ ଅଟ ଯେ ପୁଣି ଜ୍ଞାନ ଦାତା

ତୁମେ ମଙ୍ଗଳମୟ ତ୍ରାଣକର୍ତ୍ତା।

ଵିଘ୍ନ ଵିନାଶକ ନାମ ତୁମର

ଶିବ ପାର୍ବତୀଙ୍କ ତୁମେ କୁମର।

ମୂଷିକ ବାହନ ଅଟେ ତୁମର

ବସି ଵୁଲ ସ୍ୱର୍ଗ ମର୍ତ୍ତ୍ୟ ପାତାଳ।

ଭାଦ୍ରଵ ମାସ ଶୁକ୍ଳ ଚତୁର୍ଥୀରେ

ପୂଜିଥାନ୍ତି ସର୍ଵେ ଅତି ଭକ୍ତିରେ।

ବକ୍ରତୁଣ୍ଡ ପୁଣି ଯେ ଏକଦନ୍ତ

କୋଟି ସୂର୍ଯ୍ୟ ସମ ଦିଅ ଆଲୋକ।

ରାଶି ଲଡୁ ଅତି ପ୍ରିୟ ତୁମର

ଵିଦ୍ୟା ବୁଦ୍ଧି ଦିଅ ହେ ଲମ୍ବୋଦର।

ତୁମ ଆଜ୍ଞାରେ ପଙ୍ଗୁ ଲଙ୍ଘେ ଗିରି

ମୂକ କଥା କହେ ତାର ପାଟି ଖୋଲି।

ଅଜ୍ଞାନତା ଅନ୍ଧକାର ଦୂରେଇ

ଜ୍ଞାନାଲୋକରେ ଭରିଦିଅ ମହୀ।

ଅଜ୍ଞାନ ଶିଶୁଗଣ ଭକତିରେ

ବିଦ୍ୟା ମାଗନ୍ତି ତୁମରି ପାଦରେ।

ମଙ୍ଗଳମୟ ହେ ଶ୍ରୀ ଗଣପତି

ଘେନ ଶିଶୁ ମାନଙ୍କର ଵିନତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller