STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ସ୍ୱାଧୀନତା

ସ୍ୱାଧୀନତା

1 min
430


ମହମହ ମହାତ୍ମାଙ୍କ ଅସ୍ତ୍ର

ଅହିଂସାର ଧରି ଅସ୍ତ୍ର ଶସ୍ତ୍ର

ଗହଗହ ଜୟ ସ୍ବାଧୀନ ଭାରତ

ମୋ ଦେଶ ନଦୀ ହ୍ରଦ ପବିତ୍ର

ମୋ ଦେଶର ଚାରୁକଳା ତୃପ୍ତ

ମୋ ଦେଶ ବନ୍ଦେ ମାତରଂ ଭାରତ

ଖଦଡ଼ ଲୁଗା ଖଣ୍ଡେ ବାଡ଼ି ଧରା ହାତ

ତ୍ରିରଙ୍ଗାକୁ ରଙ୍ଗେଇଛି ପିଙ୍ଗଳଙ୍କ ହସ୍ତ

ଆଜି ବି ଶୁଭେ ଆନ୍ଦୋଳନ ଶସ୍ତ୍ର

ମୁକ୍ତି ପାଇଁ କେତେ ସହିଲେ ବୀରପୁତ୍ର

ଲାଲ ବାଲ ପାଲ କାଳଜୟୀ କୃତିତ୍ୱ

ବାଘା ଯତୀନ, ଲଷ୍ମଣ ନାୟକ ବୀରତ୍ୱ

ମନେ ପଡନ୍ତି କେତେ ଦେଶଭକ୍ତ

ଫିରିଙ୍ଗି ତଡି ସ୍ୱାଧୀନତାରେ ଦେଶ ଗର୍ବିତ

ବିଭବ ବୈଭବ ବଳେ ଇଂରେଜ ପରାହତ

ଦର୍ପ ଦେଖି ନୁଆଁଇଲେ ଶୀର ସତ

ସ୍ବପ୍ନ ହେଲା ବାସ୍ତବ ଏ କଥା ଗାଥା ସତ

ଦେଶର ଝଣ୍ଡା ଉଡି କହେ ବୀର ଜାତ

ଭାରତ ମାତା କୋଳେ ଜନ୍ମି ଦେଖାଇ ବୀରତ୍ୱ

ଦେଶ ମାତୃକାର ରଖିଲେ ମାନ ଓ ମହତ

ମୋ ଦେଶ ମହାନ ନାମ ବହି ଭାରତ

ଶାନ୍ତି ପ୍ରୀତି ମୈତ୍ରୀରେ ସର୍ବେ ବଶୀଭୂତ

ସ୍ବାଧୀନତା ରଥରେ ପଥ ଆମ ଜଗନ୍ନାଥ

ପୁରୀ ଧାମେ ବିଜେ ସିନା ରକ୍ଷାକାର ସର୍ବତ୍ର

ବିଚିତ୍ର ବୈଚିତ୍ରରେ ସ୍ବାଧୀନଚେତା ଅତ୍ୟନ୍ତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract