STORYMIRROR

Subham Sahu

Thriller

4  

Subham Sahu

Thriller

କରୋନା

କରୋନା

1 min
424

ସବୁଜ ସୁନ୍ଦର କେଡେ ମନୋହର

              ଥିଲା ଏ ଭାରତ ଭୂଇଁ,

କାହିଁ କେଉଁଆଡୁ ଅଦୃଶ୍ୟ ରୋଗଟି

            ମାଡି ଆସିଲାରେ ଭାଇ ।


ସମଗ୍ର ବିଶ୍ୱରେ କଳାମେଘ ପରି

            କାଳବୈଶାଖୀ ଆସି,

କରୋନା ରୋଗରେ ଗ୍ରାସିଦେଲା ସର୍ବ

            ଛଡାଇ ନେଲା ସେ ଖୁସି ।


ଏହି ରୋଗ ପାଇଁ ଔଷଧ ତ ନାହିଁ

          ହୋଇଲା ଯେ ତାଲାବନ୍ଦ,

କେତେ ଦୁଃଖ କଷ୍ଟ ଲୋକେ ଯେ ସହିଲେ

           ଜୀବନକୁ କରି ହନ୍ତସନ୍ତ ।


ତାଲାବନ୍ଦ ହେଲା ଭଲ ଯେ ହୋଇଲା 

          ମାଆ କୁ ଭେଟିଲା ପୁଅ,

ଯେଉଁ ଲୋକ ଦିନେ ଗାଁ କୁ ଆସେନି

          ତାଙ୍କର ଛୁଟିଲା ସୁଅ ।


ଏହି ମହାମାରୀ ଉଗ୍ର ରୂପ ଧରି

           କେତେ ଯେ ଜୀବନ ନେଉଛି,

ପୁଅ ଛୁଏଁନାହିଁ ବାପା, ମାଆ ଶବ

            ଦୂରେ ଥାଇକି କାନ୍ଦୁଛି ।


କି ରୋଗ ଆସିଲା କଞ୍ଚାଫଳ ନେଲା

           ଗଛରେ ରଖି ପାଚିଲା,

ବାପା ଥାଉଥାଉ ପୁଅ ଚାଲିଯାଏ

            ବାପାର ବୁଡଇ ଭେଳା ।


ଏହି ରୋଗ ପାଇଁ ତିନିଗୋଟି ଅସ୍ତ୍ର

            ଅଟଇ ଯେ ବଜ୍ରସର,

ପ୍ରଥମରେ ମାସ୍କ ଦ୍ଵିତୀୟ ଦୂରତା

            ତୃତୀୟରେ ତାଲାବନ୍ଦ ।


କରୋନା କାଳରେ କେତେସବୁ ଶିକ୍ଷା

         ଶିଖିବାକୁ ଆମେ ପାଇଲେ,

ପ୍ରକୃତିକୁ ଆମେ ହତାଦର କରି

          ରୋଗ ନିୟନ୍ତ୍ରଣ କଲେ।


ଆସ ଭାଇମାନେ ମିଳିମିଶି ଆମେ

          ପ୍ରକୃତିର ଯତ୍ନ ନେବା,

ପ୍ରକୃତି ବଞ୍ଚିଲେ ଆମେ ବି ବଂଚିବା

           ରୋଗକୁ ଦୂରେଇ ଦେବା।


ଛୋଟିଆ ମସ୍ତିଷ୍କ ଅଟଇ ମୋହର

         କରିଲି ଯେ ସଚେତନ,

ଏହିଠାରେ ଲେଖା ସମ୍ପୂର୍ଣ୍ଣ ଯେ କରି

         ବିଦାୟ ନେଲି ବହନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller