STORYMIRROR

Kabiratna Nutan Kumar Behera

Tragedy Inspirational Thriller

4  

Kabiratna Nutan Kumar Behera

Tragedy Inspirational Thriller

ଆଲୁଅ ଲିଭିଗଲା

ଆଲୁଅ ଲିଭିଗଲା

1 min
34


ସତ୍ୟର ସଳିତା ଅହିଂସାର ତୈଳେ

ଜଳୁଥିଲା ମହାଦୀପଟିଏ ଶିଖା ଉଠି ଉର୍ଦ୍ଧେ

ଆଲୋକିତ କରୁଥିଲା ସୁନାର ଭାରତକୁ

ପରାଧୀନତାର ଘନ ତମସାକୁ

ଘୁଞ୍ଚାଇ ଦେଇ କୋଟି କୋଟି ଜନ ମନରୁ

ଦେଖାଉ ଥିଲା ନିର୍ଭୟର ପଥଟିଏ

ପ୍ରିୟ ବାପୁଜୀ ସତ୍ୟର ପୂଜାରୀ

ମାଟି ମା'ର ସୁଯୋଗ୍ୟ ବରପୁତ୍ର ହୋଇ

ଆଖିରୁ ପୋଛି ଦେଉଥିଲେ ଲୁହ

କୋଟି କୋଟି ଜନତାଙ୍କର ସେ ମହାତ୍ମା

କାୟ ମନ ବାକ୍ୟରେ ଦୁଃଖ ବୁଝୁଥିଲେ 

ଜାତିର ନେତୃତ୍ୟ ନେଉଥିଲେ ସିଏ 

ମୁକ୍ତିର ବାଟେ ଚାଲିଥିଲେ ସକଳ ଆତ୍ମା

ଓଠରେ ଫୁଟୁଥିଲା ମଧୁର ହସ 

ଥିଲା ସମୂହଙ୍କ ଭିତରେ ସଂହତି ଓ ଏକତା

ଦେଶପ୍ରେମ ଜାତିପ୍ରୀତି ଥିଲା ପ୍ରାଣର ସ୍ପନ୍ଦନ 

ଭେଦାଭେଦ କିଛି ନ ଥିଲା ହୃଦୟେ

ସଂକୀର୍ଣ୍ଣ ମନରୁ ଦୂରେଇ ଯାଇଥିଲା ଅସ୍ପୃଶ୍ୟତା

ମାତୃଭୂମିର ଐତିହ୍ୟ ପରମ୍ପରା ସଂସ୍କୃତିକୁ

ଅକ୍ଷୁର୍ଣ୍ଣ ରଖି ଜାତି ଚାଲିଥିଲା ପ୍ରଗତିର ପଥେ

ମାତୃଭାଷାର ମମତା ଝରୁଥିଲା କଣ୍ଠରୁ

ତୁଚ୍ଛ ଆଶା କି ହୀନ ଚକ୍ରାନ୍ତ ନଥିଲା ସ୍ଵାର୍ଥେ

କୋଟିଏ ପ୍ରାଣର ଡାକ ଥିଲା ଗୋଟିଏ

ମାଟି ମା'ର ମୁହଁରେ ଥିଲା ଶାନ୍ତିର ହସଟିଏ

ସମ୍ଭାବନା ସବୁ ହେଲା ବିଡମ୍ବନା

ଏ ଜାତି ଭୋଗେ ଆଜି ବହୁ ଲାଞ୍ଛନା 

ଆକସ୍ମିକ ମାଡ଼ି ଆସିଲା ଭୟାନକ ଝଡ଼

ଆତତାୟୀ ସେ ନିଷ୍ଠୁର ନାଥୁରାମ

ଗୁଳି ବିଦ୍ଧ କଲା ବାପୁଙ୍କୁ ପ୍ରାର୍ଥନା ସଭାରେ

ଟଳି ପଡିଲେ ମହାତ୍ମା କହି ହା-ରାମ ହା-ରାମ

ଗଗନ ପବନ ସ୍ତମ୍ଭିତ ହେଲା ଅସମୟରେ

ସତ୍ୟ ଅହିଂସାର ଆଲୁଅ ଲିଭିଗଲା

ଅମାନିଆଁ ହୋଇ ଆଖିରୁ ଝରିଲା ଅସରା ଲୁହ

ଆଜି ବି କୋଟି କୋଟି ଛାତିରେ କୋହ

ସେ ଘାତକ ଥିଲା କି ନିର୍ମମ କି ନିର୍ଦ୍ଦୟ 

ସେ ଆଲୁଅ ଖୋଜି ସର୍ବେ ହେଉଛନ୍ତି ଅଥୟ

ଜଳି ଉଠି ସେ ଦୀପ ପୁଣି ଦେବ କି ଆଲୁଅ?

      





Rate this content
Log in

Similar oriya poem from Tragedy