ଏକା ଏକା
ଏକା ଏକା
ସବୁ ଥାଇ କାହିଁ ଲାଗେ
ମୋତେ ଏକା ଏକା
ଦୃଶ୍ୟମାନ ହୁଏ ଦୂର
ଦିଗବଳୟରେ ବିଭୀଷିକାର ବଳୟ
ସ୍ବପର ତରାଜୁରେ
ବଂଚିବାର ପ୍ରବଳ ଆଶା,
ଦୀପରୁ ଘିଅ ସରିବା ବେଳକୁ
ଅଗ୍ନିଶିଖାର ପ୍ରବଳ ମାତ୍ରାର ବହ୍ନି,
ରହସ୍ୟମୟ ଜୀବନ ପରି
ମାୟା ମୋହର ଛିଟା ଯେମିତି
ଗଢିଚାଲେ ସୁଦୂର ପ୍ରସାରୀ ପ୍ରାଚୀର,
ଆକାଶ ଛାତିରେ ଏକା ଏକା
ମିଶି ଯିବାକୁ ଇଛା ହୁଏ
ମେଘର ଛାଇରେ ବସିପଡି
ଏକା ଏକା ଖୋଜିବାକୁ ପଡେ
ମୋ କର୍ମର ଭିତ୍ତିଭୂମି,
ଲୋଟି ଯିବାକୁ ଚାହେଁ ଖାଲି
ଏ ଧରଣୀର ସ୍ପର୍ଶର ଅନୁଭବରେ
ପ୍ରଭୁ ମୋର ଏକା ସାହା ଭରସା
ଜୀବନର ରାସ୍ତାରେ
ଏକା ଥିଲେ ନଥାଏ ମୋ ଡର
ଏହି ଜୀବନ ରଙ୍ଗମଞ୍ଚରେ।