STORYMIRROR

Kalpana Satpathy

Tragedy Classics Inspirational

3  

Kalpana Satpathy

Tragedy Classics Inspirational

ଏକା ଏକା

ଏକା ଏକା

1 min
129

ସବୁ ଥାଇ କାହିଁ ଲାଗେ

ମୋତେ ଏକା ଏକା

ଦୃଶ୍ୟମାନ ହୁଏ ଦୂର

ଦିଗବଳୟରେ ବିଭୀଷିକାର ବଳୟ

ସ୍ବପର ତରାଜୁରେ

ବଂଚିବାର ପ୍ରବଳ ଆଶା,

ଦୀପରୁ ଘିଅ ସରିବା ବେଳକୁ

ଅଗ୍ନିଶିଖାର ପ୍ରବଳ ମାତ୍ରାର ବହ୍ନି,

ରହସ୍ୟମୟ ଜୀବନ ପରି

ମାୟା ମୋହର ଛିଟା ଯେମିତି

ଗଢିଚାଲେ ସୁଦୂର ପ୍ରସାରୀ ପ୍ରାଚୀର,

ଆକାଶ ଛାତିରେ ଏକା ଏକା

ମିଶି ଯିବାକୁ ଇଛା ହୁଏ

ମେଘର ଛାଇରେ ବସିପଡି

ଏକା ଏକା ଖୋଜିବାକୁ ପଡେ

ମୋ କର୍ମର ଭିତ୍ତିଭୂମି,

ଲୋଟି ଯିବାକୁ ଚାହେଁ ଖାଲି

ଏ ଧରଣୀର ସ୍ପର୍ଶର ଅନୁଭବରେ

ପ୍ରଭୁ ମୋର ଏକା ସାହା ଭରସା

ଜୀବନର ରାସ୍ତାରେ

ଏକା ଥିଲେ ନଥାଏ ମୋ ଡର

ଏହି ଜୀବନ ରଙ୍ଗମଞ୍ଚରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy