ସପନର ଦୁନିଆ
ସପନର ଦୁନିଆ

1 min

131
ସତ କି ସ୍ବପ୍ନ
ମୁଁ ଜାଣେନି,
ଅଧୁରା କି ପୁରା
ମୁଁ କେବେ କଳନା କରିନି,
କିନ୍ତୁ ଆସେ ଯେବେ ସେ
ମୋ ବନ୍ଦ ଆଖିରେ !
ମୋହ ଓ ପ୍ରେମର
ଏରୁଣ୍ଡି ଡେଇଁ,
ମୁଁ ଯୋଜନ ଯୋଜନ
ଦୂରେ ହଜିଯାଏ।
ସେ କୁହେ କିଛି,
ବାକି ରୁହେ ଅନେକ କିଛି।
ମୁଁ ଶୁଣି ବି ଶୁଣି ପାରେନା,
ଧିରେ ଧିରେ ସବୁ ଶବ୍ଦ ଧ୍ଵନି
ଶୂନ୍ୟ ହୋଇଯାଏ !
ଆଖି କାହାକୁ ଖୋଜି ପାଏନି
ଅନ୍ଧାରରେ ହଜିଯାଏ।
ହୃଦୟ ସତ ବୋଲି ଭାବି
ଆଶା ବାନ୍ଧେ,
ମସ୍ତିଷ୍କ ସ୍ବପ୍ନ ବୋଲି ଭାବି
ଭୁଲିବାକୁ ଚାହେଁ ।