STORYMIRROR

SushreeBaisakhi Sahoo

Inspirational

3  

SushreeBaisakhi Sahoo

Inspirational

କାରଣ ସେ ନାରୀ

କାରଣ ସେ ନାରୀ

1 min
913

ନାରୀ 

ଏକ ସୁନ୍ଦର ଆଉ ଅତୁଳନୀୟ ରଚନା  

ସେ ସୃଷ୍ଟି ର ଅବାସ୍ତବିୟ ପ୍ରତିଛବି । 

ହଁ ସେ ନାରୀ  

ସମାଜ ର ଏକ ଅଖଣ୍ଡ ଅଂଶ । 

କିନ୍ତୁ ସେ ଅବହେଳିତ । 

ସେ କାହା କୋଳରେ ହସୁଥିବା ଝିଅ  

କାହା ସାଙ୍ଗରେ ମିଛି ମିଛିକା ଝଗଡା କରୁଥିବା ଭଉଣୀ  

କାହାର ମାଆ  

କାହାର ଅର୍ଦ୍ଧାଙ୍ଗିନୀ  

କାହାର ପ୍ରେମିକା  

କିନ୍ତୁ ତା ପାଇଁ ? 

ସେ ହସି ହସି ମା ବାପା ପାଇଁ କେତେ କଣ ତ୍ୟାଗ କରିଛି  

କେବେ ନିଜେ ଜାଣି ଶୁଣି ଭାଇ ଠାରୁ ହାରିଛି  

ଶାଶୁ ଘରେ ଓପାସରେ ଶୋଇଛି  

କେବେ ନିଜ ପିଲା ପାଇଁ ରାତି ଉଜାଗର ହେଇଛି  

ହେଲେ ତା ବଳିଦାନ କିଏ ବୁଝିଛି ? 

ଏମିତି ଅନେକ ପ୍ରଶ୍ନ ଭିତରେ ସେ ବଡ ହେଇଛି  

ହେଲେ ସବୁ ପ୍ରଶ୍ନ ସେମିତି ପ୍ରଶ୍ନ ହୋଇ ରହିଛି  

କେବେ ତାକୁ ଉତ୍ତର ମିଳିନି ।

ତଥାପି ସେ ନିଃସ୍ୱାର୍ଥରେ ତାର କର୍ତ୍ତବ୍ୟ କରିଚାଲିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational