STORYMIRROR

SushreeBaisakhi Sahoo

Abstract Romance Inspirational

3  

SushreeBaisakhi Sahoo

Abstract Romance Inspirational

ଆଉ ପ୍ରେମିକା ନୁହେଁ ଲେଖିକା ହେବି

ଆଉ ପ୍ରେମିକା ନୁହେଁ ଲେଖିକା ହେବି

1 min
208

ମୋ ମତରେ ଲେଖିକା ହବା ଖୁବ୍ ସହଜ

ହେଲେ ପ୍ରେମିକା ହେବା ନୁହେଁ

ଗୋଟେ ଲେଖିକା ତା ପରିଚିତ ଶବ୍ଦମାନଙ୍କ

ସହ ସେ ନିଇତି ଖେଳେ,

ତା ଅନାବନା ରଙ୍ଗହୀନ ଶବ୍ଦ ମାନଙ୍କୁ

କେଇଟା ଧାଡିରେ ଗୋଟିଏ ଗୋଟିଏ ଦିନର

ଅବଶୋଷ ସବୁ ମେଣ୍ଢାଇ ଦିଏ ।

ହେଲେ ଗୋଟେ ପ୍ରେମିକା ସେ ତ

ତା ଅଜଣା ଅବସ୍ଥାରୁ ପ୍ରେମରେ ପଡେ

ଯେଉଁ ଝିଅ ଓଠ ଖୋଲା କଥା କୁ ଠିକ ସେ ବୁଝିନଥାଏ

ସେ ଆଖିର କଥା ଆଖିରେ ହିଁ ବୁଝି ଯାଏ

ଯିଏ ଅବିର ସହ ଖେଳିବାକୁ ଡରୁଥାଏ,

ସେ ଅହର୍ନିସି ପ୍ରେମର ରଙ୍ଗରେ ନିଜର ଅସ୍ତିତ୍ୱକୁ ଭସାଇ ଦିଏ । କେବେ ଗୁଣୁଗୁଣୁ ଗୀତରେ ଗାୟିକା ସାଜେ,

ତ ଆଉ କେବେ ଛୋଟ ଛୋଟ କଅଁଳ ଭାଷାରେ ଲୁଚି କବିତା ଲେଖେ ।

କିଛି ଦିନ ପରେ ପ୍ରେମର ବାଜି ଟିକେ ବଦଳି ଯାଏ

ନୂଆ ପ୍ରେମ ପୁରୁଣା ହୁଏ

ଗୋଟେ ଅଜଣା ଅଶୁଣା ଝିଅକୁ ପ୍ରେମ ଶିଖାଇଥିବା

ପ୍ରେମିକ ଟା ଚାଲିଯାଏ ଆଉ କାହାକୁ ପ୍ରେମ ଶିଖାଇବାକୁ।

ପ୍ରେମର ଦେଶରେ ପାଦ ଦେଇଥିବା ପ୍ରେମିକାର ଖୁସି

ବିରହ ତରଙ୍ଗରେ ଅଣନିଶ୍ଵାସୀ ହୋଇଯାଏ ।

ହେଲେ ଜଣା ନାହିଁ ଏମିତି କେତେଦିନ ପ୍ରେମିକାଟି

ଉପହାର ଭାବେ ପାଇଥିବା ସ୍ମୃତିର ଭେଟି ରେ

ଦିନକୁ ଦିନ ତିଳ ତିଳ ହୋଇ ମରୁଥାଏ ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract