STORYMIRROR

Nrusingha Narayan Tripathy

Abstract Others

4  

Nrusingha Narayan Tripathy

Abstract Others

କରୋନା

କରୋନା

1 min
288


ଅଦୃଶ୍ୟ ଶକ୍ତିର   ପ୍ରକୋପେ କମ୍ପିତ 

    ପୃଥିବୀ ର ନର ନାରୀ 

ଆତଙ୍କେ ସମସ୍ତେ   ଅଧୀର ହୁଅନ୍ତି 

    ସହର ଗ୍ରାମ ନଗରୀ ll


ବାପା ଶବ ପିଲେ   ଛୁଇଁତ ପାରେନା 

     ଜୀବନଟା ମୃତ୍ୟୁ ଖେଳ 

ସାରା ପୃଥିବୀ ଟା  ଅଛୁଁଆ ଲାଗଇ 

    କରୋନା କାଳ ର କାଳ ll


ମହାମାରୀ ରୋଗ   ବ୍ୟାପେ ଅତିଦ୍ରୁତେ 

      ନାହିଁ ରୋଗ ର ବଟିକା 

ପ୍ରକୃତି ର କୋପ   ଅତି ଭୟଙ୍କର 

      ନାଶେ ମଣିଷ ନାଟିକା ll


କରୋନା ଭୂତାଣୁ  ସଂକ୍ରମିତ ହୁଏ 

    ରୋଗୀ ମିଳାମିଶା କଲେ 

ଜନ ଗହଳି ଟି   ଭୂତାଣୁ ବୃଦ୍ଧିରେ 

    ସହାୟକ ହୁଏ ଭଲେ ll


କରୋନା ଭୂତାଣୁ   କୋଭିଡ -19

    ପ୍ରକୃତି ଟି ବହୁରୂପୀ 

ରୂପ ବଦଳାଏ  ଗୁଣ ବଦଳାଏ 

    ଜୀବନ୍ତ ରାକ୍ଷସ ରୂପୀ ll


ରୋଗ ପାର୍ଦୁଭାବ   ହୁଅଇ ଉତ୍କଟ 

     ହେଉ ଧନୀ ବା ଗରିବ 

ବେଳ ଥାଉ ସର୍ବେ   ହୁଅ ସାବଧାନ 

     ବିଶ୍ୱ ରୁ ରୋଗ ହଟିବ ll


ବିଦ୍ୟାଳୟ ଶିକ୍ଷା  ଦେବାଳୟ ନୀତି 

     ସବୁତ ବନ୍ଦ ହୋଇଛି 

ବେପାର ବାଣିଜ୍ୟ   ଯାତାୟାତ ଖେଳ 

     ସତର୍କ ମଧ୍ୟେ ଚାଲିଛି ll


ଦୁଇ ଗଜ ଦୂର  ରହିକି ମଣିଷ 

    ମୁହଁ ରେ ମାସ୍କ ପିନ୍ଧିବ 

ସାନିଟାଇଜର   ଲଗାଇ ହାତକୁ 

   ବାରମ୍ବାର ପୁଣି ଧୋଇବ ll


ସମୟ ଆସିଲେ  ଟିକାଟି ନେବାତ 

     ପ୍ରତିଷେଧକ ବଢିବ 

ଘର ପରିବେଶ   ସଫା ତ ରଖିଲେ 

    ରୋଗ ପାଖେ ନ ଆସିବ ll


କରୋନା ରୋଗୀ କୁ   ଆଦର କରିବ 

    ଦେଇ ନାନା ପରାମର୍ଶ 

ଅଧୀର ନହୋଇ   ଡାକ୍ତର ପଚାରି 

    କରିବ ସେବା ଶୁଶ୍ରୁଷା ll


ଅନ୍ୟ ଲୋକ ଠାରେ  ଭୂତାଣୁ ରହିଛି 

     ସଦା ମନକୁ ଆଣିବ 

ସଚେତନ ହୋଇ   ନିୟମ ମାନିଲେ 

    ସଂକ୍ରମଣ ତ ରୋକିବ ll


ପ୍ରଭୁ ଜଗନ୍ନାଥ    ଜଗତର ନାଥ 

   ବାରେ ଶରଣ ଦିଅନ୍ତୁ 

ସଂସାର ମଙ୍ଗଳେ   ଭୂତାଣୁ ହଟାଇ 

  ବିଶ୍ୱେ ଶାନ୍ତି ପ୍ରକାଶନ୍ତୁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract