STORYMIRROR

Nrusingha Narayan Tripathy

Classics Inspirational

4  

Nrusingha Narayan Tripathy

Classics Inspirational

ନିଃସଙ୍ଗତା

ନିଃସଙ୍ଗତା

1 min
341

,l ଭୟ, ପ୍ରେମ ପାଇଁ ସାଥି ସଙ୍ଗ ବିହୁନେ ଜୀବନ ସଦା କଷଣ ଦୁଃଖ, ଭଲ, ମନ୍ଦେ ପରାମର୍ଶ ଚାହେଁ ନିଃସଙ୍ଗୀର ପୋଡେ ହୃଦୟ ମନ ll କଳହ,ବିଚ୍ଛେଦ, ରାଗ, ଅପମାନ ଘୃଣା କରେ ସୃଷ୍ଟି ଏକଲା ପଣ ସାମାଜିକ ପ୍ରାଣୀ ଭାବ ତତ୍ତ୍ୱ ଜାଣି ବନ୍ଧୁତା ରଚଇ ମନୁଷ୍ୟ ଜାଣ ll ବିଶାଳ ସଂସାର ଅସହାୟ ନର ବଞ୍ଚିବା ପାଇଁକି କରେ ସଂଗ୍ରାମ ସାଥି ସହୋଦର ଆତ୍ମୀୟ ସୋଦର ସାଥି କରି ନର କରଇ କର୍ମ ll ପ୍ରେମ ପ୍ରତାରଣା କାମନା ବାସନା ଫାନ୍ଦେ ପଡି ନର ଯନ୍ତ୍ରଣା ସହେ ନିଃସଙ୍ଗ ହୁଅଇ ଆବେଗ ହରାଇ ଜଳି ଜଳି ନିଜ ଅନ୍ତର କୋହେ ll ନିଃସଙ୍ଗ ଜୀବନ ଦୁର୍ଗତି ଲକ୍ଷଣ ପ୍ରଗତିର କରେ ସେ ଅବରୋଧ ଜୀବନର ପଥେ ସମୟର ସାଥେ ଚାଲି ଶିଖିଗଲେ ହଟେ ବିପଦ ll ବାଦ ମତାନ୍ତର ଅବା ମନାନ୍ତର ଅତୀତ କଥାକୁ ପ୍ରଥମେ ଛାଡି ସମୟ ସ୍ରୋତରେ ବିଭୁ ଚିନ୍ତନରେ ସମର୍ପିତ ହେବା ପ୍ରଣତି ବାଢି ll ମଣିଷ ଜୀବନ ସେ ଅଢେଇ ଦିନ କାହିଁକି ନିଃସଙ୍ଗେ କରିବା ଶେଷ ସ୍ୱାର୍ଥ ତ୍ୟାଗ କରି ସତସଙ୍ଗେ ମଜି ନିଜ ପରେ ସଦା ରଖ ବିଶ୍ୱାସ ll କେହି ନୁହେଁ ଏଠି ଅତୀବ ନିଜର କାହା ପାଇଁ କର ଅନୁସୂଚନା ଛାଡି ନିଃସଙ୍ଗତା ବିସ୍ତାର ବନ୍ଧୁତା ସେବା, ଦୟା ପ୍ରେମେ ମିଳୁ ପ୍ରେରଣା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics