STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଦୀପାବଳି

ଦୀପାବଳି

1 min
192


ଶତାବ୍ଦୀର ଅମା ଅନ୍ଧକାର ହରି

ଜଳି ଉଠୁ ଜ୍ଞାନର ଦୀପାଳୀ;

ଅଜ୍ଞାନ ଅହମିକା ମନୁ ପରିହାରି

ଦେଉ ଏ ମଣିଷ ଷଡରିପୁ ବଳି!


ଦୀପଟିଏ ଜଳୁ ସବୁରି ଅନ୍ତରେ

ଶାନ୍ତି ମୈତ୍ରୀ ପ୍ରୀତି ମୁକ୍ତି ପାଇଁ

ଅନ୍ତର୍ଦୀପର ଦିବ୍ୟ ଆଭାରେ

ଅଜ୍ଞାନ ତିମିର ଯାଉ ଦୂରେଇ!


ବୃଥା ଆତସବାଜିର ଧୂମିଳ ଜ୍ବାଳାରେ

ଡହଳ ବିକଳ ଆଜି ଜୈବ ମଣ୍ଡଳ

ଆମରି ଆନନ୍ଦ ଉଲ୍ଲାସ ମଉଜ 

ପାଲୋଟିଛି ଆନ ଲାଗି ଗରଳ!


ପାର୍ବଣ ଆଳରେ ବଢେ ପ୍ରଦୂଷଣ 

ବିଶୁଦ୍ଧ ମୁକ୍ତ ବାୟୁ ନ ମିଳଇ

ସଭିଏଁ ଭୋଗନ୍ତି ଅକୁହା କଷଣ 

ଅଣନିଃଶ୍ବାସୀ ଶ୍ବାସରୁଦ୍ଧ ହୋଇ!


ଆଜି ବି ଜଳୁଛି ଅସଂଖ୍ୟ ଉଦର 

କ୍ଷୁଧାନଳର ଡହକ ଦାଉରେ

ଆନର ଜୀବନ ହେଉଛି ଉଚ୍ଛନ୍ନ 

ଆମରି କ୍ଷଣିକ ଖୁସିର ଦାୟରେ!


ଆପଣା କଷ୍ଟାର୍ଜିତ ଆର୍ଥିକ ସମ୍ବଳ 

ସ୍ଵାହା କରିବା କିମ୍ପା ଅଗ୍ନିଶିଖାରେ 

ସୀମିତ ସାଧନେ ଆମେ ପାରିବା ଫୁଟାଇ 

ହସର ଫୁଆର ଦୁଃଖିରଙ୍କି ଜନ ମୁଖରେ!


ଦୀପାବଳିର ଏଇ ପାବନ ପର୍ବରେ 

ନବ ଚେତନାର ହେଉ ଶୁଭାରମ୍ଭ 

ଜାଗିଉଠୁ ସଦଭାବନା ସବୁରି ପ୍ରାଣରେ 

ଶାଶ୍ୱତ ଆନନ୍ଦରେ ପୁରି ଉଠୁ କୁମ୍ଭ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract