STORYMIRROR

Prahallad Sahoo

Abstract Classics Inspirational

3  

Prahallad Sahoo

Abstract Classics Inspirational

ମା'ର ପଦଚିହ୍ନ ମୋର ଖୁସି

ମା'ର ପଦଚିହ୍ନ ମୋର ଖୁସି

1 min
195

ମାଆ ତୋତେ ମୁଁ ଖୋଜିଛି ନିରବ ନିକାଞ୍ଚନେ 

ବେଦ, ଉପନିଷଦ, ଗୀତା, ଭାଗବତ, 

ଶାସ୍ତ୍ର, ଗ୍ରନ୍ଥ, ପୋଥି ଅବା ପୁରାଣେ 

ସବୁଠି ଖୋଜୁଛି ତୋତେ

ବିଦ୍ଯାଳୟ ଅବା ଦେବାଳୟ

ଗ୍ରନ୍ଥାଳୟ ଅବା ମୁକ୍ତାଳୟ

ଶେଷରେ ଅଭିଧାନର ପ୍ରତି କୋଷରେ

କେବଳ ଶୁଣିଛି ତୋରି ପ୍ରତିଧ୍ବନି ସବୁଥିରେ

ଦୁନିଆ ଯାକର ଖୁସି ମୋତେ ମିଳେ ସେ ପ୍ରତିଧ୍ବନିରେ।


ମାଆ ତୋତେ ମୁଁ ଖୋଜିଛି ନିରବ ନିକାଞ୍ଚନେ 

ଗୀତ, ଗପ, କାବ୍ଯ, କବିତା,

ଛାନ୍ଦ, ସ୍ବର, ଲୟ, ପ୍ରବନ୍ଧର ପ୍ରତି ଶବ୍ଦରେ 

ସବୁଠି ଖୋଜୁଛି ତୋତେ

ମରୁଦ୍ୟାନେ ବାଲି ଝଡରେ ଅବା ପଥପ୍ରାନ୍ତେ

ପାହାଡ ପର୍ବତେ ଅବା ଝରଣାର କୁଳୁ କୁଳୁ ନାଦେ

ନଦ ନଦୀ ତୀରେ ଅବା ଉତ୍ତାଳ ତରଙ୍ଗରେ

କେବଳ ପାଇଛି ତୋରି ପଦ ଚିହ୍ନ ସବୁଠାରେ

ଦୁନିଆ ଯାକର ଖୁସି ମୋତେ ମିଳେ ସେ ପଦଚିହ୍ନରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract