STORYMIRROR

Premalata Giri

Classics

3  

Premalata Giri

Classics

ଦୀପାବଳି

ଦୀପାବଳି

1 min
197


ଦୀପଜ୍ୟୋତି ପର୍ବ ଅଟେ ଦୀପାବଳି

   ଆଦି ଆରମ୍ଭର ପଥେ

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷ ଖୁସି

  ସଂସ୍କୃତି ଜୀବନ ରଥେ। 

କାର୍ତ୍ତିକ ମାସର ଅମାବାସ୍ଯା ତିଥି

  ପବିତ୍ର ପାବନ ସୂତ୍ରେ

ମା ଶ୍ୟାମାକାଳୀ ପଦରେ ପୂଜା ବିଧି

  ଶକ୍ତି ପ୍ରଦାୟୀନି ମନ୍ତ୍ରେ। 

ବଡବଡୁଆଙ୍କୁ କାଉଁରିଆ ଜାଳି

  ଡକାଯାଏ ଆଲୁଅରେ

ଅନ୍ଧାରରେ ଆସ ଆଲୁଅରେ ଯାଅ

  ପ୍ରାର୍ଥନା ଅର୍ଘଦାନରେ। 

 ଏହିଦନ ରାମ ରାବଣକୁ ମାରି

ଫେରିଥିଲେ ଅଯୋଧ୍ୟାରେ

ସେଥିପାଇଁ ସଜାଦୀପରେ ଦୀପାଳୀ 

 ରାଜାରାମଙ୍କ ନାମରେ। 

ଦୀପରୋଷଣୀର କେତେ ବାଣ ଫୁଟା

 ଆନନ୍ଦ ଲହରୀ ଭରେ

ପତଙ୍ଗ ସମାଧି ଆଲୋକ ଶୀଖାରେ

  ଯେଣୁ ଚର୍ତୁମାସ୍ୟା ସରେ। 


କାର୍ତ୍ତିକ ମାସଟି ଧର୍ମ ଶ୍ରେଷ୍ଠ ମାସ

   ମଂଗଳ ଆରତୀ ତଳେ

ବ୍ରୁନ୍ଦାବତୀ ମୂଳେ ଆକାଶର ଦୀପ

  ମାସସାରା ପୂଣ୍ୟ ଢାଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics