STORYMIRROR

ମୁକ୍ତିରାଣୀ ଦେବତା

Classics

3  

ମୁକ୍ତିରାଣୀ ଦେବତା

Classics

ଅନ୍ଧକାର ଦୂରକରି ପାଳିବା ଆସ ଦୀପାବଳି

ଅନ୍ଧକାର ଦୂରକରି ପାଳିବା ଆସ ଦୀପାବଳି

1 min
139

ଆଲୋକର ପର୍ବ ଅଟେ ଦୀପାବଳି

ମନରେ ଆଣେ ଯେ ଖୁସି

ଶୀତୁଆ ସଞ୍ଜର କାଲୁଆ ପାଗରେ

ଶିଶିର ଯାଏ ବରଷି ।


କାର୍ତ୍ତିକ ମାସର ଆଗମନ ହେଲେ

ପ୍ରକୃତି ଚହଟୁଥାଏ 

ଧାନ କିଆରୀର ପାଚିଲା ଧାନ ଯେ

ମନକୁ ତ ମହୁଥାଏ ।


କାଳୀମାତାଙ୍କର ପୂଜା ଆରାଧନା

ଶୁଭୁଥାଏ ଚତୁଃର୍ଦିଗ

ପାଣି କଖାରୁକୁ ବଳି ଯେ ଚଢ଼ାଇ

ମାଆଙ୍କୁ କରନ୍ତି ଭୋଗ ।


ପଲ୍ଲୀଠୁ ପୁର ଯେ ମୁଖରିତ ହୁଏ

ମାଆ ମୋ ଆସିଛି ବୋଲି

ଦୁଷ୍ଟଙ୍କୁ ସଂହାରି ରକ୍ତମୁଖା ସାଜି

ଖେଳିବ ଆଜି ସେ ହୋଲି ।


ପୟାଶ୍ରାଦ୍ଧ କରି ପିତୃପୁରୁଷଙ୍କୁ

କରନ୍ତି ଯେ ଆବାହନ 

ତାଙ୍କରି ଆଶିଷ ରହିଲେ ମଥାରେ 

କୁଶଳ ହୋଇବ ଦିନ ।


Rate this content
Log in

Similar oriya poem from Classics