STORYMIRROR

Pranati Jena

Classics Others

3  

Pranati Jena

Classics Others

ସମୟର ପତ୍ର

ସମୟର ପତ୍ର

1 min
175


ହାଟ ସରିଗଲେ ଯେଝା ବାଟଧରି

ଫେରିବାକୁ ଏଠି ହୁଏ,

ତଥାପି ବୁଝେନା ସଂସାରେ ସଂସାରୀ 

ମୋହ ରେ ଆବୃତ୍ତ ସିଏ.....


ବାସନା ଯଂଜ୍ଞ ରେ ଜୀବ ପୂର୍ଣ୍ଣାହୁତି 

ଯୁକ୍ତ, ଅନୁରକ୍ତ ହୋଇ,

କାମନା ନିଆଁ ର ଲୋଲୁପ କୁଦୃଷ୍ଟି

ବିଷୟା ର ବିଷ ନେଇ..,....


ପ୍ରତିଜ୍ଞା ଦୀପାଳି ହୃଦୟ ରେ ଜାଳି

ଅନ୍ତର ର ଚେତନା ରେ,

ନୁହେଁସେ ଅଲଭ୍ୟ ଦୁର୍ଲଭ ହେଲେବି

ମନସ୍ବିତା ପଥ ପରେ......


ନିରବ ସାଧନା ହୃଦୟେ କାମନା

ମୁଁ, ତୋର ହେ, ରାମ, କୃଷ୍ଣ,

ବ୍ରହ୍ମସ୍ଥାନେ ଲୟ ହୋଇ ଧ୍ୟାନ ମଗ୍ନା

ଓଁ କାରେ କର୍ଣ୍ଣ ନିମଗ୍ନ.......


ପରମ ଆହ୍ଲାଦ ପବିତ୍ର ସେ ସ୍ୱାଦ

ଅନୁଭବେ ଅନୁଭୂତି,

ନାହିଁ ରୂପ, ରଙ୍ଗ ତାପରି ସମ୍ବନ୍ଧ

ଦୁର୍ଲଭ ସଂସାରେ ଅତି......


ସଂସାର ରେ ରହି ସାଂସାରିକ ମୁହିଁ

ତଵ ଇଚ୍ଛା ପୂର୍ଣ୍ଣ କରି,

ସବୁ ତୁଚ୍ଛ ପରା ଜାଗତିକ ତୁହି

ଧ୍ୟାନ କେନ୍ଦ୍ର ବିନ୍ଦୁ ହରି.......


ଇଚ୍ଛା ଦେଲୁ ବୋଲି ଇଚ୍ଛା ରେ ତୋହର

ଚାଲୁଛି ମୁଁ ଚାଲୁଥିବି,

କଣ୍ଟା ପଥ ପରେ ଗୋଲାପ ତୁ ମୋର

ଭାବନା ରେ ଭିଜୁଥିବି .....


ସମୟ ର ପତ୍ର ସମୟ ସରିଲେ

ରୋଗ, ଦୁର୍ଘଟଣା ରୁପି,

ବେଳ ଥାଉ ସୂତ୍ର ଜୀବନ ଡ଼ଙ୍ଗାରେ

ମହାମନ୍ତ୍ର ସାର ଜପି.......


ତୁମେ ହିଁ ଅନନ୍ତ ତୁମେ ଆଦିଅନ୍ତ

ଖୋଜେ ନାହିଁ ଆନ ସାଇଁ,

ତୁମରି ଭିତରେ ସବୁ ପାଏ ଭକ୍ତ

ତୁମଠାରେ ହଜିଯାଇ.....


ହଜିବା କେବଳ ପ୍ରତି ମୁହୂର୍ତ୍ତ ର

ଲକ୍ଷ୍ୟ ହେଉ ହେ ଗୋସାଇଁ,

ତର୍କେ ବହୁଦୂର ସରେ ସମୟ ର

ଦି ଦିନ ଜୀବନ ପାଇଁ......

ହେ ମହାବାହୁ, ମଣିମା ହେ ଚରଣେ ଶରଣ ପ୍ରଭୁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics