Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Classics

3  

Gunanidhi Samal

Classics

ମନେପଡ଼େ

ମନେପଡ଼େ

1 min
254


ଆଜିବି ତ' ମନେପଡ଼େ

ସେ ଦିନର କଥା

ଶ୍ରାବଣର ମୁହଁ ସଞ୍ଜବେଳେ ,

ଆକାଶରୁ ଟୋପା ଟୋପା

ଝରୁଥିଲା ବର୍ଷା

ଚାଲୁଥିଲେ ଗୋଟେ ଛତାତଳେ ।

କୁମ୍ଭାଟୁଆ ଗାଉଥିଲା ଗୀତ

ତୋଳୁଥିଲା ବେସୁରା ରାଗିଣୀ ,

ଶୁଭୁଥିଲା ଝିଙ୍କାରୀର 

ମଧୁର ମୂର୍ଚ୍ଛନା

ମନ ମୋର ନେଉଥିଲା କିଣି ।

ଅନ୍ଧାରର ଛାତି ଚିରି

ବିଜୁଳି ଆଲୁଅ

ଚାଲିଯାଏ ଦେଖାଇ'କି ପଥ ,

ଚାରିଆଡ଼େ ନୀରବତା

ଯାଇଥିଲା ଛାଇ

ଚାଲୁଥିଲ କରି ମଥାନତ ।

କାହିଁ ତୁମେ କେତେଦୂରେ

ହେ'ମୋ ପ୍ରିୟସାଥୀ

ଆମ ମଧ୍ୟେ ଅନେକ ଦୂରତା ,

କିଏ ଜାଣେ ଭାଙ୍ଗିଦେବ

ନିଷ୍ଠୁର ସମୟ

ଆମ ମଧ୍ୟେ ଯେତେ ନିବିଡ଼ତା ।


Rate this content
Log in

Similar oriya poem from Classics