STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

ରେ ନାଉରୀ କରିଦେ ପାରି

ରେ ନାଉରୀ କରିଦେ ପାରି

1 min
247


ରେ, ନାଉରୀ.... କରିଦେ ପାରି ରେ...

କରିଦେ ପାରି.............

ଅକାତ କାତ ଜଳ ମାୟା ଲହଡ଼ି ମାଳ ( ୨ଥର )

କରମ ନାବେ ମୋ ଆଗେ ପାପ ଭଉଁରୀ ।।ପଦ।।


ଦେଇଛୁ ଜନମ ପାଇଛି ଦେହ 

କରିଛୁ ମଣିଷ ଭରିଛୁ ସ୍ନେହ ,,

ଆଖିରେ ସପନ ପେଟକୁ ଭୋକ 

ଓଠକୁ ମଧୁର ମନେ ପୁଲକ ,,

ସଂସାର ଜଞ୍ଜାଳ ନିଜ କର୍ମଖେଳ (୨ଥର)

ଚାଲୁଚାଲୁ ପୁଣ୍ୟପଥ ଯାଏ ପାଶୋରି ...

ରେ, ନାଉରୀ.....କରିଦେ ପାରି......।।୧।।


ମୋ ଆଶା ଆକାଶେ ଶ୍ରାବଣ ମେଘ 

ଜୀବନର ମାନେ ଜାତନା ଯୋଗ ,,

ଫଟା ମୋ କପାଳ ଫିଟା ମୋ ଭାଗ୍ୟ 

କରମ ଲିଖନ ମୋହରି ଭୋଗ୍ୟ ,,

କେହି ନାହିଁ ସାହା କରିବାକୁ ଆହା (2ଥର)

ନିନ୍ଦାପଥେ ପଥେ ଭରା ମାୟା କୁହୁଡ଼ି ...

ରେ, ନାଉରୀ..... କରିଦେ ପାରି........।।୨।।


ମଣିଷ ଜୀବନ ଦି'ଓଳି ଖେଳ

ଖେଳୁ ଖେଳୁ ତାର ଅଣ୍ଟେନା ବେଳ ,,

ପାପ ପୁନିଅର ଲୋଭ ମୋହରେ 

ସଂସାରର ଲୀଳା ସରିବା ପରେ ,,

ଜାଣେନା ମୁଁ ତୋତେ ପାଇବି"କି" ସତେ (2ଥର)

ତଥାପି ଆଶା ମୋ ନାବ ଥିବୁ ତୁ ଧରି...

ରେ, ନାଉରୀ.... କରିଦେ ପାରି........।।୩।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics