STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Tragedy

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Tragedy

ଅଭିସାରିକା "ମୋ" ସାକ୍ଷୀ

ଅଭିସାରିକା "ମୋ" ସାକ୍ଷୀ

1 min
143


ଜୀବନ ବେପାର ସମୟ ନାଆ'ରେ 

ଆଶାର ନଉକା ବାହି ,,

କରମ ନଈରେ ଚାଲୁଅଛି ସାଥୀ 

ତୁମ ସ୍ମୃତି ପଣ୍ୟ ନେଇ ।


ଫେରିବାର ବେଳ ହୋଇନି ସଜନୀ 

କେମିତି କହିବ ଓଠ ,,

ଯେତେ ଦିନ ଯାଏଁ "ନ"ଫେରିଛି ସଖି 

ଚାହିଁ ରହିଥିବ ବାଟ ।


ଥିଲ ଯେବେ ମୋର ପାଖରେ ସଜନୀ 

ଦେଇନି ଦିନ ମୁଁ କିଛି ,,

ନେଉଛି ସଖି'ଗୋ ଦରିଆ ବେପାରୁ 

ଯାହା ଅବା ପାଇଅଛି ।


ଭେଟି "ତ" ଦେଇନି ଭେଟି"ବି ହେବନି 

ଭାବ ସିନା ଗଲ ରଖି ,,

ଅଭିସାର ସାଥେ ଫେରିବି ସଜନୀ 

ଅଭିସାରିକା "ମୋ" ସାକ୍ଷୀ ।


Rate this content
Log in

Similar oriya poem from Tragedy