STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

ସେତୁବନ୍ଧ

ସେତୁବନ୍ଧ

1 min
297


ସତୀ ସୀତା ସୁକୁମାରୀ  ରାବଣ କରିଲା ଚୋରି 

ଭାଳନ୍ତି କୋଦଣ୍ଡ ଧାରି ସାଗର ତୀରେ ,, 

କିପରି ହୋଇବା ପାର   ବୁଦ୍ଧି ଦିଶୁନାହିଁ ମୋର 

ମଇତ୍ର କର ବିଚାର "ଏ" ସମୟ'ରେ ,, 

ସହଜେ'ତ "ଏ" ଜଳ ମୟ ,,

ଲଙ୍କା ପହଞ୍ଚିବା ପାଇଁ କର ଉପାୟ ।। 


ସୁଗ୍ରୀବ କହନ୍ତି ମୈତ୍ର  ନଳ ନୀଳ ଛନ୍ତି ସାଥ 

କରିବେ ପଥ ନିଶ୍ଚିନ୍ତ ତପ ବଳ'ରେ ,, 

ପାଇଛନ୍ତି ଦୁହେଁ ବର   ଛୁଇଁବା ମାତ୍ରେ ପଥର 

ଭାସିବ ପାଣି ଉପର ତାହାଙ୍କ କରେ ,, 

ଶୁଣି ସାନନ୍ଦ ରଘୁପତୀ ,, 

ନଳ ନୀଳ'ଙ୍କୁ ଚାହିଁଣ ଧୀରେ କହନ୍ତି ।। 


ଶୁଣିଣ ମର୍କଟ ଯୁଥ  ବୋହି ଆଣନ୍ତି ପର୍ବତ 

ଦେଖି ଆନନ୍ଦିତ ରାମ ହୋଇ ସଧିରେ ,, 

କୁତୁହଳେ ନଳ ନୀଳ  ପଶିଣ ସମୁଦ୍ର ଜଳ 

ବୁଲାଇଣ ନିଜ କର ପର୍ବତ ପରେ ,, 

ହିଡ଼ ପ୍ରାୟ ପର୍ବତ ଥୋଇ,, 

ବାଲି ମାଟି ଗୋଡ଼ି ତହିଁ ପରେ ପକାଇ ।। 


ବାନ୍ଧିବା'ରେ ସେତୁ ଟିଏ  ଗୁଣ୍ଡୁଚି ନିକଟେ ଥାଏ 

ଖରତରେ ଧାଇଁ ଯାଏ ସେବା ଆଶା'ରେ ,, 

ଦେଖୁଥାନ୍ତି ସୀତାପତୀ   ଗୁଣ୍ଡୁଚିର କରାମତି 

ହୋଇ ଆନନ୍ଦିତ ଅତି ଧରି କୋଳ'ରେ ,, 

ଆଉଁସିଲେ ବୁଲାଇ କର ,,

ଗୁଣ୍ଡୁଚି ଦେହେ ପଡ଼ିଲା ତିନୋଟି ଗାର ।। 


ହୋଇଲା ବନ୍ଧ ନିର୍ମାଣ  ଆନନ୍ଦିତ ରଘୁରାଣ 

ପହଞ୍ଚିଲେ ସୈନ୍ୟ ଗଣ "ସେ" ଲଙ୍କା ପୁରେ ,, 

ରାବଣ ସାଥେ ସମର  କରିଣ କୋଦଣ୍ଡ ଧର 

କରିଲେ ସୀତା ଉଦ୍ଧାର ସେହି ଠାବରେ ,, 

ଯୁଗେ ଯୁଗେ କୀର୍ତ୍ତି ରାଜିତ ,,

ଆଜି ସେହି ସେତୁବନ୍ଧ ଲୁପ୍ତେ ବିଦିତ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics