Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

4.5  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

ଦିନବନ୍ଧୁ ଆହେ

ଦିନବନ୍ଧୁ ଆହେ

1 min
215



ନିଶ୍ୱାସେ ଯଦି ମୋ ବିଶ୍ବାସ ଭରିନ

ବିଶ୍ଵବନ୍ଧୁ ଆହେ ଭାବଗ୍ରାହୀ,

ଗୀତେ କି ଗାଇଲେ ଗୀତା ଭାଗବତ

କି'ଅବା ଶୁଣିବ କର୍ଣ୍ଣ ଦେଇ ।


ଗୁହାରି କରିନି ଦିନେ ଜଗବନ୍ଧୁ

ଜୁହାରି ତୋହର ପାଦତଳେ,

ପାତକୀ ଟେ ବୋଲି ଭାବୁଛ ଯଦି ହେ

ପତାକା ବାନ୍ଧିଛ କାହିଁ ଛଳେ ।


ଦାସ ପରି ତୁମ୍ଭ ଦାସିଆ ନୁହଁଇ

ଦୂରରେ ରହି ଦେଇନି ଦିନେ,

ମୋତେ ମିଳୁନାହିଁ ଖୁଦ ମୁଠେ କେବେ

ନୋହିବି କେବେ ସୁଦାମା ପଣେ ।


ନୁହେଁ ଦିନବନ୍ଧୁ 'କି' ବନ୍ଧୁ ମହାନ୍ତି

ବନ୍ଧୁ ପଣେ କାହୁଁ ହେବି ସରି,

ମୂକ କରିଅଛ ମୁଖ ଖୋଲୁ ଖୋଲୁ

ଗାଇବି କି' ସାଲବେଗ ପରି ।


ଅଦେଖା ଅଚିହ୍ନା ବୋଲି ଯେବେ ପର

ଭାବେ ମୋତେ ପର କରିଥାଅ,

ଅନ୍ତର୍ଯ୍ୟାମୀ ନାମ ବହି ଅଛ ପ୍ରଭୂ

ହୃଦ ଅନ୍ତର୍ଗତେ ପରା ରୁହ ।


'ନ' ଦିଅ ଠାକୁରେ ବଡ଼ଦାଣ୍ଡୁ ହାତେ 

ଅବା ଜାଗା କିଛି ସ୍ଵର୍ଗଦ୍ଵାରେ, 

ଅନ୍ତର୍ଯ୍ୟାମୀ ଅନ୍ତଃ ବାରତା ମୋ ଶୁଣି 

ଅନ୍ତର ନୋହିବ ଅନ୍ତକାଳେ ।


Rate this content
Log in

Similar oriya poem from Classics