STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Tragedy

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Tragedy

ନିର୍ଯ୍ୟାସ

ନିର୍ଯ୍ୟାସ

1 min
433


ପାହାଡ "ବି" ଆଜି ଚିତ୍କାର କରେ

ମୁକ୍ତି ଦିଅ ମୁକ୍ତି ଦିଅ ,,

ଆକାଶ'ଟା ମଧ୍ୟ ଭୟେ ଥରିଥରି

ଆଖିରୁ ଝରାଏ ଲୁହ ।।

ଝରଣା କାନ୍ଦୁଛି ଝର ବିହୁନରେ

ଧରା ବୁକେ ଛୁରା ଘାତ ,,

ବୃକ୍ଷ ଢ଼ଳୁଛି ଚଗଲା ବାତ'ରେ

ଲତା ମଥା ଅବନତ ।।

ସୁଖ ସପନ'କୁ ରାତି କାହିଁ ଏତେ

ଦୁଃଖ "ତ" ଚୀର ସାଥୀ ,,

ସେନେହ ଭିତରେ ସନ୍ଦେହ ଭରା

ପ୍ରେମ ପ୍ରୀତି ସବୁ ଇତି ।।

ଇଙ୍ଗିତ ଖାଲି ଜିଇଁବା'ର ମାନେ

ମର୍ମ ଦହୁଛି ବ୍ୟଥା ,,

ବିକୃତ ମନ'ର ଭାବନା ସାଧୁଛି 

ଆଗାମୀ କାଲି'ର ଚିନ୍ତା ।।

ସଲିଳ ସରଳା ବେଳ ପାଉନାହିଁ

ସମୂଦ୍ର ଚାହିଁଛି ପଥ ,,

ନିରୋଳା ସାଜିଛି ଜନ ପୂର୍ଣ୍ଣ ଦ୍ଵାର

ଅଚିହ୍ନା ର ଅବରୋଧ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy