STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

ଶେଷ ସାକ୍ଷୀ ଖାଲି

ଶେଷ ସାକ୍ଷୀ ଖାଲି

1 min
347


ସ୍ମୃତି ଆଜି ସାଜେ ଜୀବନର ପୃଷ୍ଠା

ସମୟର ଇତିହାସେ, 

ବୟଷ ଯେଉଁଠି ରାତିର ସପନ

ସକାଳକୁ ଅଙ୍କ କଷେ.l


କରିବା ଟା ଯାହା କର୍ତ୍ତବ୍ୟ କେବଳ

ବଞ୍ଚିବାର ମାନେ ନେଇ,

ସଞ୍ଚୟ କରିବା ପାଇଁ ଯାହା ଲୋଡ଼ା 

ମନେ ଥରେ ଭାବିନାହିଁ.l


ଗଳିତ ଶରୀର ଲାଭ ଲୋଭ ମୋହ 

କିଛିକ୍ଷଣ ଲାଳସାରେ, 

ଫଳିତ ହିସାବ ଦିନେ ବି ବୁଝିନି 

ହାନୀ ଲାଭ ମିଳିବାରେ.l


ମୋର ମୋର ବୋଲି ମର ସଂସାରରେ 

ସରିଯାଏ କାଳ ବେଳ, 

ବଳ ଅଛି ବୋଲି ଗରବ କରିବା 

ନିମିଷକ ଲାଗି ଖେଳ.l


ଖଳୁ ଶରୀରଟା ଛଳ କରି ଦିନେ 

ବାଧ୍ୟ ମାଟିରେ ମିଶିବ, 

ବଳ ଥାଉ ଥାଉ ବେଳ ଆସିଯିବ 

କେହି ଜାଣି ନ ପାରିବ.l


ଦେଖିନି ଆସିବା ଜାଣିନି ଯିବା ଟା

ଅବୁଝା ଭାବରେ ବଞ୍ଚି,

ଶୁଝିବାକୁ ଅଛି କେତେ କେତେ ଋଣ

କିଛି ତ ରଖିନି ସଞ୍ଚି.l


ବିଞ୍ଛାହେବା ଦିନ ଖଇ କଉଡ଼ି ମୋ 

କିଛି ନଥିବ ମୋ ପାଶ, 

ରାମନାମ ସତ୍ଯ ହରିନାମ ସତ୍ଯ 

ଶେଷ ସାକ୍ଷୀ ପିତବାସ.ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics