STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

ଦୁଃଖ ଦେଇଗଲ ଦରଦୀ ବନ୍ଧୁ

ଦୁଃଖ ଦେଇଗଲ ଦରଦୀ ବନ୍ଧୁ

1 min
278


ମନର ଆଶା ମୋ ସାଗର ଜୁଆର

ଆକାଂକ୍ଷା ଆଶା'ର ଦିପ ସଳିତା,

କରମ ସ୍ଥଳ ମୋ ମରୁ ମରୀଚିକା

ତଥାପି ଖୋଜୁଛି ଜୀବନ ସତ୍ତା ।।


ଗନ୍ତବ୍ୟ ପଥ ମୋ କଣ୍ଟକିତ ହେଲେ

ବଞ୍ଚିବା ମୋ ପାଇଁ ଅଟେ ଜରୁରୀ,

ଅନୁତାପ ଝଡେ ନିଇତି ଭିଜୁଛି 

ଆଖିର ଲୁହକୁ ଆଖିରେ ମାରି ।।


ଆଶା ନଉକାର ଭରସା କାତରେ

ପାରି ହେଉହେଉ ସହସା ସିନ୍ଧୁ,

କେଉଁ ଅଭିମାନେ ହଜିଗଲ ତୁମେ

ଦୁଃଖ ଦେଇଗଲ ଦରଦୀ ବନ୍ଧୁ ।।


ସାକ୍ଷୀ ଖାଲି ସେଇ ସମୟ ମୋ"ପାଇଁ

ପରଖି ପରଖି ଦିନ ମୋ"ବିତେ,

କରିବା କର୍ତ୍ତବ୍ୟ କରି ଚାଲେ ହେଲେ

ସରେନା ମୋହରି କରମ ଯେତେ ।।


 ତଥାପି ନ ବୁଝି ହଜିଗଲ ହେଲେ

 ଖୋଜିବା ମୋ ପାଇଁ ସାତ ସପନ,

 ପାଇବା ବେଳକୁ ଖୁସିର ପସରା

 ହଜାଇ ଦେଇଛି ମୋ ହାତ ଧନ ।।


ଦୁଃଖର ଭିତରେ ହସିହସି କିଛି

ମନେ ମନେ ଖୁସି ସାହସ ବାନ୍ଧୁ,

ଚୀର ଦିନ ପାଇଁ ସ୍ମୃତି ଟିଏ ହୋଇ

ଦୁଃଖ ଦେଇଗଲ ଦରଦୀ ବନ୍ଧୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics