Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ABADHOOT PANDA

Classics Others

3  

ABADHOOT PANDA

Classics Others

ଲୋହିତ କରେ ହିତ

ଲୋହିତ କରେ ହିତ

1 min
182


ନାଲି ନାଲି ଏଇ କୃଷ୍ଣଚୂଡ଼ା ଡାକଇ ମୋତେ ଡାକଇ

ମଧୁପିଇବାକୁ ଯିବି ମୁହିଁ ଉଡ଼ି କଳା ଭ୍ରମର ହୋଇ l


ନାଲି ନାଲି ରକ୍ତର ରଙ୍ଗେ ରଙ୍ଗେଇ ନଦେବୁ

ଆମେ ଧରା ଆମେରେ ବିଶ୍ୱ ପ୍ରେମୀ ବାବୁ l


ନାଲି ଗୋଲାପର ପାଖୁଡ଼ା ତଳେ ପ୍ରିୟାର କବରୀ

କଳା ନାଲି ମିଶ୍ରଣେ ଦିଶଇ ଅଦ୍ଭୁତ ଯଥା କଳା

ବାଦଲ ଉହାଡ଼େ ଅସ୍ତଗାମୀ ଦିନମଣି l


ନାଲି ସୋମରସ ମଜାଇ ଦିଏ ଯେ ଶର୍ଵରୀ କଳା

କଳା କାରିର ମର୍ଯ୍ୟାଦା ବଢ଼ାଇ କଳାକାରର

ଚାହିଦାକୁ ଅପେକ୍ଷାରତ ଉପହାର ମେଖଳା l


ନାଲି ଅଟେ ରକ୍ତ ସମ୍ପର୍କର ସୂଚକ ପ୍ରୀତି ଭରା

ମାତା ପିତା ଭଗ୍ନୀ ପରିବାର ଗଣେ ଆଜି

ବାଢ଼ି ବସନ୍ତି ପ୍ରେମ ଅସ୍ପଦେ ତୋରା l


ନାରୀଭୂଷଣ ଲାଜ ଢାଙ୍କି ଦିଏ ତା ଗାଲ 

ନାଲିମାରେ ସଦା ରସା ବଳି ପରି ହୁଏ ଅନୁଭୂତ

ଉଜାଣି ଯମୁନା ଜୁଆର l


ପ୍ରେମିକା ରାଗରେ କରିଦିଏ ତା ମୁହଁ ନାଲି

ଡେରି ହେଲେ ଟୀକା ପ୍ରେମିକ ଆଗମନ

ହଂସା ଉଡ଼େ ଦୁଆରେ ଚାଲି ଚାଲି l


ବଦ୍ଧ ପରିକର ସାଧୁ କଳେବର ଆବୃତ

କରନ୍ତି ନାଲି ବସ୍ତ୍ରେ ବାରମ୍ବାର ସ୍ଵତିଖ ଗାରିମା

କରଣେ ପ୍ରଚାର ଜନଗଣେ ହୁଅନ୍ତି ଆଦୃତ l


କରେ ଆମକୁ ଦୃଢ଼ ଚେତସ ଲୋହିତ ବର୍ଣ୍ଣ

ପାରିବାନି ଭୁଲି ତାକୁ, ଖେଳେ ଲୁଚ କାଳି ସେ

ଆମ ଶିରା ପ୍ରଶିରା ଧମନୀକୁ କରି ଶକ୍ତି ପୂର୍ଣ୍ଣ l

         


Rate this content
Log in