STORYMIRROR

Pt.Abhaya Kumar Tripathy Sharma

Classics

3  

Pt.Abhaya Kumar Tripathy Sharma

Classics

ଆସିଛି ହୋଲି

ଆସିଛି ହୋଲି

1 min
203



ରଙ୍ଗର ପରବ ହୋଲି   

(ଆଜି)ଆସିଛି ପସରା ମେଲି

ଶ୍ରୀରାଧା ଗୋବିନ୍ଦ ବିମାନରେ ବସି

ଆସୁଛନ୍ତି ଝୁଲି ଝୁଲି

ରଙ୍ଗର ପରବ ହୋଲି l


ଫଗୁ ଦଶମୀ ଦିନରୁ 

ବସନ୍ତ ରାହାସ ଚାରୁ

ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅନାବିଳ ପ୍ରେମ

ରାଧାକୃଷ୍ଣ ପ୍ରେମ ବୋଲି

ରଙ୍ଗର ପରବ ହୋଲି ।


ଉତ୍କଳର ପରମ୍ପରା

ବିଶ୍ୱରେ ବିଦିତ ତୋରା

ଗ୍ରାମେ ଗ୍ରାମେ ହୁଏ ମିଳନ ପରବ

କରନ୍ତି ହୋରିଆ ବୁଲି

ରଙ୍ଗର ପରବ ହୋଲି ।


ଆନନ୍ଦ ଲହରୀ ଖେଳେ 

ସାଥିଟିଏ ଯେବେ ମିଳେ

ରଙ୍ଗଟିକେ ମାରି ସହର୍ଷ ବଦନେ

ଆନନ୍ଦରେ କୋଳା କୋଳି

ରଙ୍ଗର ପରବ ହୋଲି ।


ବସୁଧୈଵ କୁଟୁମ୍ବକ  

ଏହାତ ଆମ ବିବେକ

ବିଶ୍ୱକୁ କରିବା ପରିବାର ଏକ

ମୌଳିକ ଚେତନା ବୋଳି

ରଙ୍ଗର ପରବ ହୋଲି. ।



Rate this content
Log in

Similar oriya poem from Classics