STORYMIRROR

JITENDRA CHANDRA SAHOO

Classics

3  

JITENDRA CHANDRA SAHOO

Classics

ଆୟୁଷ

ଆୟୁଷ

1 min
199


ସରି ସରି ଆସେ ଆୟୁଷର ରେଖା

ସମୟ ଈଶାରା ଦେଲାଣି ମୋତେ

ତଥାପି ବୟସ ହାର୍ ମାନିଅଛି

ମନ ନିତି ଆସି ବୁଝାଏ କେତେ ।।

ଦେହ ଆବରଣ ଧରିଲାଣି ମୋଚା

ନିତି ମାଖେ ତୈଳ ମଲମ କେତେ

କାଳେ ଏ ଚେହେରା ପଡ଼ିଯିବ ଫିକା

ଆଇନାରେ ମନ ଦେଖୁଛି ତୋତେ ।।

ଇସ୍ତ୍ରୀ ଦିଆ ନିତି ପିନ୍ଧୁଛି ବସନ

ମଖମଲ୍ଲୀ ଶେଯେ ଶୟନ ରତେ

ଥାକ ପରେ ଥାକ ମହଲା ତୋଳୁଛି

ସତେକି ମରଣ ହେବନି ମୋତେ ।।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics