ଆୟୁଷ
ଆୟୁଷ


ସରି ସରି ଆସେ ଆୟୁଷର ରେଖା
ସମୟ ଈଶାରା ଦେଲାଣି ମୋତେ
ତଥାପି ବୟସ ହାର୍ ମାନିଅଛି
ମନ ନିତି ଆସି ବୁଝାଏ କେତେ ।।
ଦେହ ଆବରଣ ଧରିଲାଣି ମୋଚା
ନିତି ମାଖେ ତୈଳ ମଲମ କେତେ
କାଳେ ଏ ଚେହେରା ପଡ଼ିଯିବ ଫିକା
ଆଇନାରେ ମନ ଦେଖୁଛି ତୋତେ ।।
ଇସ୍ତ୍ରୀ ଦିଆ ନିତି ପିନ୍ଧୁଛି ବସନ
ମଖମଲ୍ଲୀ ଶେଯେ ଶୟନ ରତେ
ଥାକ ପରେ ଥାକ ମହଲା ତୋଳୁଛି
ସତେକି ମରଣ ହେବନି ମୋତେ ।।