STORYMIRROR

JITENDRA CHANDRA SAHOO

Classics

4  

JITENDRA CHANDRA SAHOO

Classics

ମହାଦେବ

ମହାଦେବ

1 min
355

ଆହେ ପ୍ରଭୁ ସତୀଶ ଗିରି ବର ଗିରିଶ 

ତିନି ଭୂବନେ ତବ ଯଶ 

ସ୍ମଶାନ ପରେ ବାସ ଭୂତନାଥ ମହେଶ 

ବିଭୂତି ବୋଳା ଲୋଭା ବେଶ 

ହେ ମହେଶ ହେ ମହେଶ 

ଶିରେ ଜାହ୍ନବୀ ଶଶୀ ବେଶ  

ବାହାନ ଅଟଇ ଗବିଶ

ତ୍ରିପୁରାରୀ ହେ ଆସ ଉଭାହୁଅ ତାବିଷ

ପାମରେ ରାସାକୁ ଉଶ୍ୱାସ । ୧।

ପାଇଁ ଅମୃତ ରସ ସେବନ କଲ ବିଷ 

ଦେବତା ଦାନବେ ସନ୍ତୋଷ  

କୋପ ତପରେ ବଶ ଭକ୍ତ ଲଭେ ଆଶିଷ 

ତୁମେ ତ କରୁଣାର ଶେଷ 

ହେ ନନ୍ଦିଶ ହେ ନନ୍ଦିଶ

ଭିମ ତାଣ୍ଡବେ ଐରି ନାଶ

ଚର୍ମୀ ଶାର୍ଦ୍ଦୁଳ ଚର୍ମ ବାସ

ସର୍ବେଶ୍ଵର ବୀରେଶ ହେ ମୋର ଦୁଃଖ ନାଶ

ଘେନ ହୀମ ଶୈଳଜା ଇଶ ।

ମାନସ ପୁତ୍ର ରୋଷ କ୍ରୋଧରେ କଲ ନାଶ

ଗଜ ମସ୍ତକେ ଦେଲ ବେଶ 

ଲଭି ତବ ଆଶିଷ ଅଗ୍ର ପୂଜ୍ୟ ଗଣେଶ

ବିଦ୍ୟା ବୁଦ୍ଧିରେ ମୂର୍ଖ ଶେଷ

ହେ ଭୃଙ୍ଗିଶ ହେ ଭୃଙ୍ଗିଶ

କି ଶୋଭା ଦିଶଇ କୈଳାସ 

ବୃଷାଙ୍ଗ ଶଙ୍କର ହୀମାଂଶ

ପ୍ରିୟ ଚମ୍ପା ଗଇଶ ହେ ଶୈଳୁଷ ପଲାଶ

ଆଦର କର୍ପୁର ସୁବାସ ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics