STORYMIRROR

JITENDRA CHANDRA SAHOO

Inspirational

4  

JITENDRA CHANDRA SAHOO

Inspirational

ନିଜକୁ ପ୍ରଶ୍ନ

ନିଜକୁ ପ୍ରଶ୍ନ

1 min
298


ସେତୁ ବନ୍ଧ ସିନା ବାନ୍ଧି ପାରିବିନି

ପାରିବି ତ ଦେଇ ଯୋଗ

ଯୋଗୀ ଟିଏ ସିନା ହୋଇ ପାରିବିନି

କିଛି କରିବିତ ତ୍ୟାଗ ।

ସୁଖ ଟିକେ ସିନା ଦେଇ ପାରିବିନି

ନ ଆସୁ ମନରେ ରାଗ

ଧନ ଦଉଲତ ଦେଇ ପାରିବିନି

କାହିଁକି ଖୋଜିବି ଭାଗ ।

ମହତ ପାଇଁକି ସୃଷ୍ଟି ମୁଁ ହୋଇଛି 

ଦୁଃଖି ବୋଲି ନାହିଁ ରାଗ

ଜୀବ ଥିବା ଯାଏ ନ ଭୁଲିବି କେବେ

ସୃଷ୍ଟି ର ନିୟମ ଆଗ ।

ପଙ୍ଗୁ ଯେବେ ଗିରି ଲଙ୍ଘି ପାରୁ ଅଛି

ଅଛି ସବୁ ମୋର ବାଗ

ତଥାପି କାହିଁକି ଝୁଣ୍ଟିମୁଁ ପଡୁଛି

ରକ୍ଷା କର ମହାଭାଗ ।

      


Rate this content
Log in

Similar oriya poem from Inspirational