STORYMIRROR

JITENDRA CHANDRA SAHOO

Romance Classics

4  

JITENDRA CHANDRA SAHOO

Romance Classics

ହୋଲି

ହୋଲି

1 min
336


ଫଗୁଣ ଆସିଛି ରଙ୍ଗ ବରଷୁଛି

ଉଚ୍ଛନ୍ନ ଏ ମନ ପ୍ରାଣ

ମଳୟ ଗନ୍ଧରେ ମତୁଆଲା ହୋଇ

ବିତାଇବା ପ୍ରତି କ୍ଷଣ ।

ଗାଉଛି କୋଇଲି ପଞ୍ଚମ ତାନରେ

ଗହଳ ବଉଳ ଡାଳେ

ମହମହ ବାସ ଚଉଦିଗ ସାରା

ନବ ପଲ୍ଲବର ମେଳେ ।

ନବ ଯୌବନା ଦିଶୁଛି କାନନ

ଚିତ୍ରିତ ବିବିଧ ରଙ୍ଗେ

କଳିକା,ସୁମନ ଭାବେ ଉନ୍ମାଦିତ

ମଧୁ ଭରା ଅଙ୍ଗେ ଅଙ୍ଗେ ।

ରଙ୍ଗ ପିଚକାରି ଫଗୁ ବୋଳାବୋଳି

ପ୍ରିତି ବନ୍ଧନର ଖେଳ

ବିମାନ ଝୁଲଣେ ଝୁଲି ଝୁଲି ଆସେ

ନଟଖଟିଆ ଗୋପାଳ ।

ଭକ୍ତ ଭଗବାନ ଝୁଲନ୍ତି ଦାଣ୍ଡରେ

ଲଉଡିର ତାଳେ ତାଳେ

ଆସ ଆସ ବନ୍ଧୁ ଭାବ ମହାସିନ୍ଧୁ

ହଜାଅ ନିଜକୁ ଭୋଳେ ।

 


 


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Romance