କବିତା ଆଳାପ-14 (ଦ୍ଵିତୀୟ ସପ୍ତାହ) ଗୀତି କବିତା- ପାହାଡ଼ି ଝରଣା
କବିତା ଆଳାପ-14 (ଦ୍ଵିତୀୟ ସପ୍ତାହ) ଗୀତି କବିତା- ପାହାଡ଼ି ଝରଣା
ପାହାଡ଼ି ଝରଣା କୁଆଁରୀ ମନଟି ଝରଝର ଝରିଯାଏ,
କିଶୋରୀ ମନର ପାହାନ୍ତି ସପନ ସପନେ ବୁଡ଼େଇ ଦିଏ |(ଘୋଷା)
କାହାର ମନରେ ଫୁଟାଏ ଗୋଲାପ କାହାକୁ କଣ୍ଟାରେ ଫୋଡ଼େ,
କାହାକୁ ସେ ମନ ବିକି ଦିଏ ପୁଣି କାହାକାହା ମନଟିକୁ ଲୋଡ଼େ |
ଚଞ୍ଚଳା ନଈ ସେ କେଉଁକୁଳ ବାନ୍ଧି କେଉଁକୁଳ ଖାଇଯାଏ |
ପାହାଡ଼ି ଝରଣା କୁଆଁରୀ ମନଟି ଝରଝର ଝରିଯାଏ,
କିଶୋରୀ ମନର ପାହାନ୍ତି ସପନ ସପନେ ବୁଡ଼େଇ ଦିଏ |((1)
ଆଜିର କଥାକୁ କାଲି ଯାଏ ଭୁଲି ଶପଥ ପାଣିର ଗାର,
ନହୁଲି ବୟସ ଚହଳି ଉଠଇ ଭରସା ନଥାଏ ତା'ର |
କାହାର ପାଇଁ ସେ ମରୀଚିକା ସାଜେ କାହାକୁ ସେ ଧରା ଦିଏ |
ପାହାଡ଼ି ଝରଣା କୁଆଁରୀ ମନଟି ଝରଝର ଝରିଯାଏ,
କିଶୋରୀ ମନର ପାହାନ୍ତି ସପନ ସପନେ ବୁଡ଼େଇ ଦିଏ |(2)

