ମୋ ଶବ କହିବ
ମୋ ଶବ କହିବ
ପ୍ରାଚ୍ୟାକାଶେ ସବିତା ଆସିଲେ
ଖବର କାଗଜରେ ପ୍ରଚାରିତ ହେବ
ସରିଯାଇଛି ତାର ଅଭିନୟ
ଆହାଃ ! ଚାଲିଗଲା,
ପୋକକୁ ଖାଇ ବେଙ୍ଗ କହିବ
ଯାହାହେଉ ମୋ'ର ଆତ୍ମାଟା ତ
ଟିକେ ଶାନ୍ତି ପାଇଲା ।
କିନ୍ତୁ
ମୋ ଶବ କହିବ
ସେହି ମଶାଣିରୁ ଚେଇଁ
ତୁ କାହା ଅପେକ୍ଷାରେ
ତୋର ବି ତ ଦିନ ଅଛି
ମୁଁ ମଧ୍ୟ ତୋର ଅପେକ୍ଷାରେ ।
ମୋ ଶବ କହିବ
ତୋର ଯିବା ବାଟରେ
ସବାରିର ଫାଙ୍କେ ଦେଖାଦେଲେ
ମୋ ଆତ୍ମା ଚେଇଁ ବି ଉଠିବ ।
ସେତେବେଳେ ଭୂଲିବନି
ସବାରିରୁ ଦେଖାଦେବା ପାଇଁ
ଭୂଲିବନି ବେଙ୍ଗ ମଧ୍ୟ ଚାଲିଯିବ
ଦିନେ ସାପର ଗର୍ଭରେ ।
ତଥାପି
ମୋ ଶବ କହିବ
ସୁଖ ବରଷୁ ତୋରି ଉପରେ
ଆନନ୍ଦର ରୋଷଣୀରେ ।
କିନ୍ତୁ
ଡରିବନି
ପ୍ଳାଷ୍ଟିକ ସାପକୁ ଦେଖି ସମାଜରେ ।

