ଜାଗରେ ଉକ୍ତଳ ସନ୍ତାନ
ଜାଗରେ ଉକ୍ତଳ ସନ୍ତାନ


ଜାଗରେ ଜାଗରେ ଉକ୍ତଳ ସନ୍ତାନ,
ମା ତୋର ଦୀନ,
ଅବସ୍ଥା ତା ହୀନ,
ଟେକରେ ତାହାର ସମ୍ମାନ ।
ପୂରୁବ ପୁରୁଷ,
ଅରଜିଣ ଯଶ,
ବଢାଇଲେ ତାର ଗୌରବ,
ବୀର ଖାରାବେଳ,
ଯଯାତିକେଶରୀ,
କେତେ କେତେ ରାଜ ବିଭବ,
ତୁ ଜନମି ଏ ଦେଶ ହୀନ । ଜାଗରେ....
ମଧୂସୁଦନଙ୍କ,
ଜାତୀୟ ଗୀତି,
ଗୋପବନ୍ଧୁ ପରି ଦେଶ ସେବକ,
ଗଙ୍ଗାଧରଙ୍କର,
ପ୍ରକୃତି ରଚନା,
ଗୋଦାବରୀଶ ସଂସ୍କାରକ,
ପ୍ରଚାରିତ ହେଲା ଗ୍ରାମେ ଗ୍ରାମେ
ବୁଝିପାରିଲା ନି ଏ ଜନ । ଜାଗରେ....
ସ୍ଵାର୍ଥ ତ୍ୟାଗ କରି,
ବଢାଅ କିରତି,
ସେବା କର ତୁହି ପତିତ,
ଗୌରବ ବଢିବ,
ସମ୍ମାନ ବଢିବ,
ବଢ଼ିବରେ ମାନ ମହତ,
ବଢାଅ ତୋ ସେବା ମନ । ଜାଗରେ....