STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ପୁର୍ନବିଚାର

ପୁର୍ନବିଚାର

1 min
217


ମୋ ମନର ବିସ୍ତୀର୍ଣ୍ଣ ଆକାଶରେ

ଭିଜା ଭିଜା ବାଦଲର ବର୍ଷା

ଖାଲି ଖାଲି ମନରେ

ଅନେକ ଅନେକ ପିପାସା

ଆଶା ଅସୁମାରୀ

ଦୌଡ଼ିବାକୁ ଲାଗେ

ମନପବନ ଘୋଡାରେ ।


ମରି ମରି ଯାଉଥିବା 

ଅମାନିଆ ମନଟାକୁ

ସାଉଁଟି ଆଣିବା ପାଇଁ

କେହି ଜଣେ ନାହିଁ 

ଖାଲି ଆସନ୍ତି ସ୍ବାର୍ଥ ଲାଳସାରେ

ଯୌବନର ଯୁପକାଠି

ବନପୋଡି ସଦୃଶ୍ୟ

ଜଳିଯାଏ ଅଜଣା ନିଆଁରେ।


ହଠାତ୍ ପୁଣି 

କାହାର କୋମଳ ସ୍ପର୍ଶ

ଅଜଣା ଅଜଣା ଲାଗେ

ପୁଲକିତ କରେ ତନୁ ମନ

ଅର୍ଦ୍ଧ ଦଗ୍ଧ ଅଭିଳାଷ

ପୁଣି ଚେଇଁ ଉଠେ ।


ପୁନଶ୍ଚ ଜୀବିତ କରେ

ମୋର ଆତ୍ମାର ପ୍ରତିଟି

କୋଣ ଅନୁକୋଣରେ

ମୋର ଆତ୍ମ ପ୍ରତ୍ୟୟକୁ

ମତେ ଲାଗେ

ଯାଦୁକରୀର ଯାଦୁରେ

ଏହା ପ୍ରହେଳିକା

ପୁର୍ନବିଚାରର ଅବା ବିଭୀଷିକା ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance