STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ଅନନ୍ତ ପ୍ରେମ

ଅନନ୍ତ ପ୍ରେମ

1 min
274


ଜୀବନର ସବୁ କଥା କହି ହୁଏନି ବୋଲି 

ଗୋଳେଇ ଘାଣ୍ଟି ହୁଏ

ସବୁ କଥା ସହି ହୁଏନି

ଆତ୍ମାଟା କୁରୁଳି ଉଠେ

ଅନେକ କଥା ବୁଝି ହୁଏନି

ମନଟା ବ୍ୟତିବ୍ୟସ୍ତ ହୁଏ

ଅନେକ ଇସାରା ଜାଣି ହୁଏନି

ତୁମ ଘର ଚାରିପାଖେ

ପଇଁତରା ମାରେ ।


ମଣିଷର ଇଚ୍ଛା

ଆଉ ଦଇବର ପବନ

ଉଡିଯାଏ ଅନନ୍ତ ଗଗନେ

ଧରି ହୁଏନାହିଁ ବୋଲି

ସେ ଅଦୃଶ୍ୟ ଶୂନ୍ୟ ଏ ଆକାଶ ।


କିନ୍ତୁ

କହିବା ଆଉ ଭାବିବା

ମୁଦ୍ରାର ଦୁଇଟି ପାର୍ଶ୍ୱ

ସହିବା ଆଉ ବ୍ୟତିବ୍ୟସ୍ତ ହେବା

ହୃଦୟ ଯାତନା

ପଇଁତରା ମାରିବା ଏକ

ବିଶ୍ୱାସର ଅତୁଟ ବନ୍ଧନ ।


ଭାବନାର ଶେଷ ହୀନ ଇଚ୍ଛାରେ

ଝଡ ସୃଷ୍ଟି ହୁଏ

ହୃଦୟର ପ୍ରତିଟି ଗଳିରେ

ଛାତିଟା ଥରି ଉଠେ

ଅଜଣା ଅକୁହା କମ୍ପନରେ

ହିଆ ଦୋହଲିଯାଏ

କାହାର ଅଦୃଶ୍ୟ କରାଘାତରେ ।


ମନ ଦୃଢ଼ୀକରଣରେ

ବହୁ ଦିନର ପ୍ରତୀକ୍ଷିତ ଆଶା

ଖୋଲାଖୋଲି କହିବାର ପ୍ରତିଜ୍ଞା

ସେମିତି ଧିମେଇ ଯାଏ

ନିଶ୍ଚେତ ହୋଇଯାଏ

ତୁମକୁ କହି ପାରେନାହିଁ ବୋଲି

ଆଜି ମୋର ଏମିତି ଅବସ୍ଥା

ତୁମେ ବୁଝି ପାରନି ବୋଲି

ତୁମର ନିଶ୍ଚଳେ

ମୁଁ ଆଜି ପାଗଳ ଭଲି

ଖୋଜୁଛି ଶୂନ୍ୟତା ।


ତଥାପି

ଭଲପାଏ ତୁମର ସେ ଅଜ୍ଞତା

ସ୍ନେହ କରେ

ପ୍ରେମ କରେ

ଜାବୁଡ଼ି ଧରେ

ନିଶାର୍ଦ୍ଧ ରାତ୍ରୀରେ

ସ୍ୱପ୍ନ ଦେଖେ ଦିନ ଦ୍ୱିପହରେ

ନ ଥାଏ ମୋ କିଛି ଆବିଳତା ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance