ତ୍ରିରଙ୍ଗା ପତାକା
ତ୍ରିରଙ୍ଗା ପତାକା


ତ୍ରିରଙ୍ଗା ପତାକା ଦେଖ
ଉଡେ ଫର ଫର,
ସଭିଏଁ ମିଳିତ ଭାବେ
କର ନମସ୍କାର ।
ତିନୋଟି ରଙ୍ଗ ତାହାର
ଦିଶେ କି ସୁନ୍ଦର,
ଆହ୍ବାନ କରେ ତୁମକୁ
ଦେଶ ସେବା କର ।
ସ୍ଵାର୍ଥକୁ ଦିଅ ଆହୁତି
ଦେଶ ସେବା ପାଇଁ,
ମୁଣ୍ଡକୁ ନୁଆଇଁ ସଦା
ସବୁ କଥା ସହି ।
ଅହିଂସା ମନ
୍ତ୍ରକୁ ଆମେ
ରଖିଥିବା ମନ,
ସାମ୍ୟବାଦ, ଭେଦଭାବ
ସମସ୍ତେ ସମାନ ।
ବୀରଙ୍କ ଅଭୁଲା ସ୍ମୃତି
ଗାଅ ଏକ ମନେ,
ଜାତିର ଗୌରବ ଗାଥା
କୁହ ସର୍ବ କାନେ ।
ହେ ଜାତୀୟ ପତାକା
ଘେନ ନମସ୍କାର,
ତୁମେ ଅଟେ ମୋ ଦେଶର
ଗୌରବ ସ୍ଵାକ୍ଷର ।