STORYMIRROR

SOUBHAGYABATI GIRI

Classics Inspirational Children

4  

SOUBHAGYABATI GIRI

Classics Inspirational Children

ସୁଖ ଓ ଦୁଃଖ

ସୁଖ ଓ ଦୁଃଖ

1 min
290

ସୁଖ ଆସେ ଧୀରେ ପାଦ ଚିପିଚିପି

ଦୁଃଖ ଆସଇ ହଠାତ,

ସୁଖକୁ ସଭିଏଁ ନିଅନ୍ତି ପାଛୋଟି 

ଦୁଃଖର ନାହିଁ କେ ମିତ।

ସୁଖ ଆସିଗଲେ ହେଉଥା'ନ୍ତି ଖୁସି

ମୁଁ ଆଣିଅଛି କହିକି,

ଦୁଃଖ ପଡିଗଲେ ଭାଗ୍ୟେଥିଲା ବୋଲି

କହନ୍ତି ବିକଳ ହେଇକି।

ସୁଖ କରିଦିଏ ଖାମଖିଆଲିଆ

ଦୁଃଖ ଶିଖାଏ ଯେ ବୁଦ୍ଧି,

ଦୁଃଖ ସାଥେ ସୁଖ ସର୍ବଦା ରହିବ

ଇଏ ସଂସାରର ବିଧି।

ଦୁଃଖ ଦେଖି କେବେ ଭାଙ୍ଗିପଡ ନାହିଁ

ସାହସେ କର ସାମନା,

ସୁଖ ଆସିଗଲେ ଆଣିଛି ମୁଁ କହି

ମନରେ ଅହଂ ରଖନା।

ଦୁଃଖ ବେଳେ ଆମ ଜୀବନ ଆବଦ୍ଧ

ସୁଖ ବେଳେ ହୁଏ ମୁକ୍ତ,

ସୁଖ ଓ ଦୁଃଖ ର ମିଶ୍ରଣରେ ହୁଏ

ଜୀବନ ଅତିବାହିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics