STORYMIRROR

SOUBHAGYABATI GIRI

Comedy

3  

SOUBHAGYABATI GIRI

Comedy

ପୋଷା ପ୍ରେମିକ

ପୋଷା ପ୍ରେମିକ

1 min
179

ଗରିବ ମୁଁ ଥିଲି, ମିଛ ପ୍ରେମ କରି

          ଝିଅ ଫସେଇଲି ବଡଲୋକିଆ,

ସେଇଦିନ ଠାରୁ ସବୁଦିନ ପାଇଁ

          ବଦଳିଗଲା ତ ମୋର ହୁଲିଆ।

ବଡଲୋକ ଝିଅ ପ୍ରେମିକ ସାଜି ମୁଁ 

          ଜୀବନକୁ ମୋର ଧନ୍ୟ କରିଲି,

ତା' ବାପା ଟଙ୍କାରେ ମୋ ପରିବାରର

           ଭରଣପୋଷଣ କରି ଚାଲିଲି।

ସହରର ସବୁ ବ୍ରାଣ୍ଡେଡ୍ ଦୋକାନେ

         ତା ସାଥେ ଯାଇ ମୁଁ ପାଦ ଥାପିଲି,

ପ୍ରେମିକା ଟଙ୍କାରେ ମନ ଭରି କରି

         କେତେ ନୂଆନୂଆ ଡ୍ରେସ୍ କିଣିଲି।

ଆଜି ଏ ହୋଟେଲ୍ କାଲି ରେଷ୍ଟୁରାଣ୍ଟ୍

         ଖାଦ୍ୟ ଖାଇଲି ମୁଁ କେତେ ବଢିଆ,

ଏମିତି ଅୟସ୍ କରିଲି ମୁଁ ସତେ

          କରି ନଥିଲେ ମୋ ବଡବଡୁଆ।

ବ୍ରେକଫାଷ୍ଟ ଠୁ ଆରମ୍ଭ କରିକି

            ଲଞ୍ଚ୍ ସାଥିରେ ପୁଣି ଡିନର,

କଲେଜ୍ ଫିସ୍ ଟଙ୍କା ବି ଭରିଲା

        ନ ହୋଇ ତିଳେ ହେଁ ସିଏ କାତର।

ନିଜେ ଖର୍ଚ୍ଚ କଲି କିଛି ବଳେଇଲି

         ଦେଲି ନେଇ ପୁଣି ଘରଲୋକଙ୍କୁ,

ଏମିତି ପ୍ରେମିକା ସମସ୍ତଙ୍କୁ ମିଳୁ

           ମୁଣ୍ଡିଆ ମାରିଲି ମହାବାହୁଙ୍କୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy