STORYMIRROR

Chinmaya Kumar Nayak

Comedy

3  

Chinmaya Kumar Nayak

Comedy

ଭର୍ଚୁଆଲ ବିବାହ

ଭର୍ଚୁଆଲ ବିବାହ

1 min
265

ଭର୍ଚୁଆଲରେ ବାହା ହୋଇ ମୋର ଭର୍ଚୁ ଗଲାଣି ବିଗିଡ଼ି,

ଟିକିଏ କଥାରେ ପତ୍ନୀ ମୋର ଆଜି ଯାଉଛନ୍ତି ପୁରା ଚିଡ଼ି।

ଘରଣୀ କଥାରେ ଘର ନଚାଲିଲେ ଛାଡ଼ନ୍ତି ସେ ମହାରଡ଼ି,

ଅଦିନରେ ମେଘ ଝରିପଡ଼େ ଏଠି ଶୁଭେ ଘୋର ଘଡଘଡ଼ି।।


କି କରୋନା ହେଲା ଫଟା କପାଳ ମୋ ବିଭାଘର ସିନା ହେଲା,

ବିନା ଆଡ଼ମ୍ବରେ ବିନା ଉତ୍ସବରେ ହାତେ ହାତ ଛନ୍ଦା ହେଲା।

ପତ୍ନୀ ମୋ କହନ୍ତି ଭଲ ହେଲା ଆମ ଖର୍ଚ୍ଚ ପୁରା ବଞ୍ଚିଗଲା

ସେଇ ଅର୍ଥ ନେଇ ପତ୍ନୀଙ୍କ ଦାବୀରେ ଗହଣା କିଣା ହେଲା।।


ବାଜା ବାଣ ଆଉ ରୋଷଣୀରେ ସିନା ହେଲାନାହିଁ ବିଭାଘର,

ଘରେ କିନ୍ତୁ ନିତି ବାଣ ଫୁଟେ ଆମ ମୁଁ ବାଜା ହୋଇ ବାଜିବାର।

ପତ୍ନୀଙ୍କ ଆଖିରେ ନିତି ନୂଆ ନୂଆ ରୋଷଣୀ ଜଳେ ଆଶାର

ସେଇ ରୋଷଣୀରେ ଖାଲି ହୋଇଯାଏ ବ୍ୟାଙ୍କ ଜମାଖାତା ମୋର।।


ବନ୍ଧୁ ବାନ୍ଧବ କେ ଆସିଲେନି ବୋଲି ମିଳିଲାନି ଉପହାର,

ସେଥିପାଇଁ ପତ୍ନୀ ରାଗ ଓ ଦୁଃଖରେ ନିତି ହୋନ୍ତି ଜରଜର।

ମାନ ଭାଙ୍ଗିବାକୁ ଆଣିବାକୁ ପଡ଼େ ନିତି ନୂଆ ଉପହାର

ସେଇ ମୁହୂର୍ତ୍ତରେ ଲାଗନ୍ତି ସେ ମୋର ସବୁଠୁ ଅତି ନିଜର।।


କରୋନା ଟଳିଲେ ହେବ ମହୋତ୍ସବ ଏହି ଇଚ୍ଛା ପତ୍ନୀଙ୍କର,

ତାଙ୍କ ପରିବାର ବନ୍ଧୁ ଗହଣରେ ଦେଖାଇବେ ପତିଆର।

କିଏ ଆସିବେ ଓ କିଏ କଣ ଦେବେ ଚାଲେ ପ୍ରସ୍ତୁତି ତାଲିକାର,

ଭର୍ଚୁଆଲରେ ବାହା ହୋଇ ଆଜି ଉଡ଼ିଲାଣି ହଂସା ମୋର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy