STORYMIRROR

sasmita tripathy

Comedy Drama Inspirational

3  

sasmita tripathy

Comedy Drama Inspirational

ମୁଁ ଆଧୁନିକ ଯୁଗ ନାରୀ

ମୁଁ ଆଧୁନିକ ଯୁଗ ନାରୀ

1 min
335


ମୁଁ ଆଧୁନିକ ଯୁଗ ନାରୀ

    ମୁଁ ଆଧୁନିକ ଯୁଗ ନାରୀ

ଗୋରା ମୁହେଁ ମୋର କଳା ଗଗଲେସ

     ଓଠ ରେ ଲିପିଷ୍ଟିକି ମାରି ।


ମୁଁ ଦିଶୁଥାଏ ଅପସରି

     ପାର୍କ ଯାଏ ମୁଁ ଲଭର୍ ସାଥିରେ

       ହାଇ ହିଲ୍ ମାଡି କରି

           ମୁଁ ଆଧୁନିକ ଯୁଗ ନାରୀ ।


 ମୁଁ ଆଧୁନିକ ଯୁଗ ନାରୀ  

    ମୁଁ ଆଧୁନିକ ଯୁଗ ନାରୀ

 ଫ୍ରେଣ୍ଡସ୍ ଙ୍କ ସାଥିରେ ସିନେମା ଦେଖେ ମୁଁ

        ପପ୍ କର୍ଣ୍ଣ ବ୍ୟାଗ୍ ଭରି ।


   ମୁଖେ ପାଉଡର ଦେହ ରେ ଅତର 

       ହାତ ରେ ଭ୍ୟାନିଟି ଧରି 

   ଟାଇଟି ଜିନ୍ସ ରେ ଦେହ ଦିଶୁଥିବ 

         ଜାଗା ଜାଗା ଫାଟି କରି 

  ସେଲଫି ଛାଡେ ମୁଁ ଫେସବୁକ ରେ

      ଫ୍ରେଣ୍ଡସ୍ ଙ୍କୁ ଟ୍ୟାଗ କରି

          ମୁଁ ଆଧୁନିକ ଯୁଗ ନାରୀ ।


 ମୁଁ ଆଧୁନିକ ଯୁଗ ନାରୀ 

         ମୁଁ ଆଧୁନିକ ଯୁଗ ନାରୀ 

   ଦିନ ଟିଏ କ୍ଲବ ଯାଇ ନପାରିଲେ

        ଦେହ ମୁଣ୍ଡ ମୋର ଭାରି 

    ସାଙ୍ଗ ଙ୍କ ସାଥିରେ ବିଅର ହୁଇସ୍କି 

         ଗୋଟେ ଦୁଇ ପ୍ୟାକ୍ ମାରି

    ମର୍ଡନ ଡ୍ୟାନ୍ସ କରି ଦେଲେ ଟିକେ 

        ଅବସାଦ ଯାଏ ମରି

       ମୁଁ ଆଧୁନିକ ଯୁଗ ନାରୀ ।


  ମୁଁ ଆଧୁନିକ ଯୁଗ ନାରୀ 

        ମୁଁ ଆଧୁନିକ ଯୁଗ ନାରୀ 

    ସ୍ୱାମୀ କୁ ଦେଇଛି ପାଦ ତଳେ ମୋର 

         ବିନା ଭତ୍ତା ରେ ଚାକିରୀ 

    ଶାଶୁ ସମ୍ଭାଳୁଛି ପିଲା କୁ ମୋହର

        ବୁଢ଼ୀ ଯାଉ ଖଟି ଖଟି ମରି

    ଦିଅର କୁ ମୁଁ ଯେ ପଟେଇ ରଖିଛି 

          ମୋ ହାତ ବାରିସି କରି 

             ମୁଁ ଆଧୁନିକ ଯୁଗ ନାରୀ ।


   ମୁଁ ଆଧୁନିକ ଯୁଗ ନାରୀ 

         ମୁଁ ଆଧୁନିକ ଯୁଗ ନାରୀ 

   ପାର୍ଲର ଯାଇ ମୁଁ ହେଆର୍ କଟ୍ କରେ 

            ନୂଆ ଷ୍ଟାଇଲ୍ ଅନୁସରି

      ସ୍ମାର୍ଟ ସିଟି ର ସ୍ମାର୍ଟ ସୁନ୍ଦରୀ ମୁଁ 

           ରମ୍ଭା ମେନକା ଙ୍କୁ ଭାରି 

      କଥା ରେ କଥା ରେ ଇଙ୍ଗିଲିସି ବାଣ

           ଦେଉଥାଏ ମୁଁ ଯେ ମାରି 

       ପୁରୁଷ ଅଟନ୍ତି ମୋ ହାତ କଣ୍ଢେଇ 

            ମୁଁ ସଭିଙ୍କ ଉପରେ ଭାରି

            କେହି ନୁହଁ ମୋର ସରି

            ମୁଁ ଆଧୁନିକ ଯୁଗ ନାରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy