STORYMIRROR

Kalandi pal

Abstract Comedy

4  

Kalandi pal

Abstract Comedy

ଚେପେଟି କହୁଛି

ଚେପେଟି କହୁଛି

1 min
371


ଚେପେଟି କହୁଛି ନେଫେଡି ମୁହଁ

ମୋ ଠାରୁ କିଏ ସେ ସୁନ୍ଦର କୁହ

     ଖାଲି ଟିକେ କଳା ଚମ

ଗୋରା ହୋଇଥିଲେ ସିନେମା ପର୍ଦ୍ଦାରେ

     ଦେଖୁଥାନ୍ତୁ ମୋର ଦମ ।।


ନାକଟି ଚେପଟା   ଦଇବ କଲା

ଆଉ କେଉଁ ଗୁଣେ କେ ସରି ଭଲା

    ଟିକିଏ ଚେପଟା ଖାଲି

କିଏ କେତେ କଥା ଦେଖେଇ କୁହନ୍ତି

    ସହି ପାରନ୍ତିନି ବୋଲି ।।


ମୋ ପାଟି ଭଳିଆ ସୁନ୍ଦର ପାଟି

ଦାନ୍ତ ଭଳି ଦାନ୍ତ ନାହିଁ କା"ରଟି

    କହନ୍ତି ବାଳିଆ ପାଟି

ହସିଲେ କୁଆଡେ ସବୁ ଦାନ୍ତ ଦିଶେ

    ଆଗକୁ ଆସେ ତରାଟି ।।


ପ୍ରେମର ରସିକ   ପ୍ରେମେ ପଡନ୍ତି

ସୁନ୍ଦୁରିଆ ଝିଅ   ପଛେ ଗୋଡାନ୍ତି

   ମୋ ଆଡେ ଚାହାନ୍ତି ନାହିଁ

ଯାହାକୁ ଚାହିଁଲେ ମୁହଁ ବୁଲାଏ ସେ

    ଯାଏ ଆଖି ମୂଜି ଦେଇ ।।


ସୁନ୍ଦର ଚେହେରା ଲାବଣ୍ୟ ରୂପ

ଦେଖି ସାହି ଝିଅ କରନ୍ତି କୋପ

    ସହି ପାରନ୍ତିନି ମୋତେ

କଥାଟା କୁଆଡେ ଟାଇଁ ଟାଇଁ ମୋର

    ଦେଖେଇ କୁହନ୍ତି କେତେ ।।


ସହି ପାରୁନ ମୁଁ   ପାଖରେ ଥାଇ

ମରିଗଲେ ସବୁ   ଯିବ ଉଭେଇ

    ଭାବୁଥିବ ବସି ମନେ

ଏମିତି ଝିଅଟେ ଚାଲିଗଲା ବାଟେ

    ଫୁଙ୍କି ଦେଇ ମନ୍ତ୍ର କାନେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract