STORYMIRROR

Puja Pradhan

Comedy Inspirational Others

4  

Puja Pradhan

Comedy Inspirational Others

ମୁକୁର ମହାଜନ

ମୁକୁର ମହାଜନ

1 min
399

ମୁକୁର ମହାଜନ, ଠୁକୁରୁ ଠୁକୁରୁ

   ଚାଲିଛନ୍ତି ଅଣ୍ଟା ଭିଡି

 ଅତି ଯତନରେ ବଙ୍କୁଲି ବାଡି଼କୁ

   ଧରିଥାନ୍ତି ଜାବୁଡି ।


 ରୋହି ମାଛ ଝୋଳ ଖାଇବାକୁ

  ମନ ତାଙ୍କର ହୁଏ ଆଜି

ସଅଳ ସଅଳ ବାହାରିଲେ ବାବୁ

  ମାଛ ଆଣିବାକୁ ବାଛିବାଛି ।


ଘରଣୀ କହିଲେ ଭଲ ମାଛ ନେଇ

  ଘରକୁ ଆସିବ ଚାଲି

ମାଛ ବେସରକୁ ଶୁଖିଲା ଭାତର

  ମଜାକୁ ଜାଣିଛି ଯିଏ।


ମନରୁ ତାହାର ମାଛ ଖିଆ କଥା

  ସହଜେ କି ସେ ଭୂଲି ଥାଏ

ମୁରୁକି ହସରେ ମୁକୁରୁ ମହାଜନ

  ଚାଲିଛନ୍ତି ବ୍ୟାଗ ଧରି ।


 ଦେଶୀ ରୋହି କିଛି ଆଖିରେ ପଡିଲେ

   ଆଣିବେ ଯତନ କରି

ମାଛଵାଲା କହେ ନିଅ ମହାଜନେ

  ଭଲମାଛ ଆଜି ଘରକୁ ନେଇଯାଅ ।


ଆମ୍ବୁଲ ପକେଇ ବେସର ଝୋଳକୁ

  ମନଭରି ହାପୁରୁ ଥାଅ

ମୁକୁରୁ ମହାଜନ, ଠୁକୁରୁ ଠୁକୁରୁ

  ଚାଲିରେ ଘରକୁ ଆସିଲେ ଫେରି ।


ଘରଣୀ ଙ୍କ ଆଗେ ଦେଶୀ ରୋହିଟିକୁ

  ବ୍ୟାଗ ରୁ ଦେଲେ କାଢି

ମାଛ ଧୋଇଦେଇ ବେସର ଗୋଳେଇ

  ଘରଣୀ କଲେ ମାଛ ଭଜା ।


 କମ୍ପୁଥାଏ ଘର ଭଜା ବାସନା ରେ

   ବିରାଡ଼ି ଆସିଲେ ଧାଇଁ

 ମିଆଁଉ ମିଆଁଉ ଶବଦ ରେ ଘର

   ଦେଉଥିଲେ କମ୍ପେଇ ।


 କିଛି ସମୟରେ ମାଛ ବେସର ଯେ 

   ପ୍ରସ୍ତୁତହୋଇ ତାଟିଆରେ ଦେଲେ ରଖି 

ଖାଇବାକୁ ଆସ ଖାଇବାକୁ ଆସ

  ଘରଣୀ ରଡୁଥିଲେ ଘାଇଁଘାଇଁ ।


 ଆମ ମହାଜନେ ପିଢା ଉପରେ

   ସଳଖେ ବସିଲେ ଯାଇ

କଣ୍ଟା କାଢିକାଢି ଟାଉଟାଉ କରି

   ମାଛ ଦେଉଥାନ୍ତି ଖାଇ ।


 ଘରଣୀ କହିଲେ ଧୀରେ ଦେଖି ଖାଅ

   ଉଛନ କାହିଁକି କଣ୍ଟା ଯିବ ଯେବେ ଲାଖି 

 ମାଛର ସୁଆଦ ଆଉକି ଜାଣିବ

   ଚାହିଁବ ଉପରକୁ ଭାବି ।


 ହସି ମହାଜନେ ଘରଣୀ ଙ୍କୁ ଚାହିଁ

  କହିଲେ ଉତ୍ତର ଶୁଣ

 ବେସର ସ୍ୱାଦଯେ ଖାଇଛି ଥରେ

   କଣ୍ଟାକୁ ତା ଡର ନାହିଁ

 ଆମ୍ବୁଲ ପକାଇ ରୋହି ମାଛ ଝୋଳ

   ତୁମେ କରୁଥିବ ମୋପାଇଁ ।।

 


  


Rate this content
Log in

Similar oriya poem from Comedy