STORYMIRROR

Banabihari Mishra

Comedy

4  

Banabihari Mishra

Comedy

ହଗବତୀ

ହଗବତୀ

1 min
309

ବିଲେଇତି ଭାଷା ନୂଆ ନୂଆ କରି

ନାତି ଟୋକା ଶିଖୁଥିଲା।

ବାଟେ ଯାଉ ଯାଉ ଇଂରାଜୀ ଭାଷାର

ନାମ ସବୁ ପଢୁଥିଲା।।


ଦେଖିଲା ବାଟରେ ଗୋଟେ ଦୋକାନର

ନାମ "ମାଆ ଭଗବତୀ" 

ଇଂରାଜୀ ଅକ୍ଷରେ ନାମଫଳକଟା

ଦିଶୁଛି ସୁନ୍ଦର ଅତି।।


'ଭଗବତୀ' ଶବ୍ଦ ଆରମ୍ଭ ଅକ୍ଷର

'B' ଖସି ପଡିଥିଲା

ବାକି ଅକ୍ଷରକୁ ନେଇ ନାତି ଟୋକା

'ହଗବତୀ' ପଢୁଥିଲା।।


ନାମଫଳକ ତ ସୁନ୍ଦର କରୁଛ

ଦେଖାରଖା କରୁନାହଁ

ଅର୍ଥଟା କଦର୍ଥ ହୁଏ ସେଥିପାଇଁ

ଏକଥା କି ଜାଣୁନାହଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy