STORYMIRROR

sasmita tripathy

Abstract Classics Fantasy

3  

sasmita tripathy

Abstract Classics Fantasy

ବର୍ଷା ରାଣୀ

ବର୍ଷା ରାଣୀ

1 min
128


ଅନୁରାଗେ ମଧୁଝରା ପ୍ରୀତିଭରା ସ୍ପର୍ଶେ 

   ରୌଦ୍ର ସନ୍ୟାସୀର ତପ ଭାଙ୍ଗିଲ ସହର୍ଷେ 


ବଜ୍ର ଗର୍ଜି ଗର୍ଜି ପୁଣି କରିଲା ସ୍ୱାଗତ 

     କ୍ଷଣପ୍ରଭା ଆଲୋକରେ ହେଲ ଉଦ୍ଭାସିତ


ନବ ଘନ ଗଗନକୁ କଲା ଆଚ୍ଛାଦିତ

    ନବ ସୁଷମାରେ ଧରା ହୋଇଲା ମଣ୍ଡିତ


ଶ୍ୟାମ ଦୁର୍ବାଦଳେ ହସେ ସବୁଜ ପ୍ରାନ୍ତର

     ଚଳ ଚଞ୍ଚଳ ହୋଇଲେ ଜଳ ସ୍ଥଳ ଚର


କୂଳ ଲଙ୍ଘି ବାକୁ ନଦୀ ନାଳ ଯେ ତତ୍ପର

     ଯେମନ୍ତ ପ୍ରେମୀ ଯୁଗଳ ପ୍ରେମରେ ବିଭୋର


ମେଘ ଢାଙ୍କି ଦେଲା ଜହ୍ନ ତାରାଙ୍କ ଅସ୍ତିତ୍ବ

     ସପ୍ତ ରଙ୍ଗ ଇନ୍ଦ୍ରଧନୁ କଲା ପ୍ରକାଶିତ


ମଣ୍ଡୁକ ସାଥେ ଝିଙ୍କାରୀ ଗାଇଲେ ସଙ୍ଗୀତ 

     ଘଡଘଡି ଆକ୍ରୋଶରେ ଧରା ପ୍ରକମ୍ପିତ 


ବନ୍ୟା ବାତ୍ୟା ବିପର୍ଯ୍ୟୟ କଲେ ଧନହାନୀ 

     ବର୍ଷିଳ ଆକାଶ ଦିଶୁଥିଲା ଅଭିମାନୀ 


ବାରି ଧାରାକୁ ଭ୍ରୁକ୍ଷେପ ନକରି କୃଷକ 

    ଅନ୍ନଦାତା ସାଜି ପାଳେ ଏ ଜଗତ ଯାକ


ଅବନୀ ରାଣୀର ଶୋଭା ହେଲା ଦ୍ୱିଗୁଣିତ

      ତାକୁ ଦେଖି ବିମୋହିତ ଏ ଜୀବ ଜଗତ 


ମୟୁର ହୋଇ ଅଧିର ମୟୂରୀର ପାଇଁ

    ନୃତ୍ୟ ରଚେ ତା ସୁନ୍ଦର ପକ୍ଷକୁ ମେଲାଇ


ଝରଝର ଝରୁ ଥାଏ ପାହାଡି ଝରଣା 

    ଉଗ୍ର ରୂପ ଧରି ସତେ ହୋଇ ବାଟବଣା


ବନ ଭୂମି ବାସ୍ନାୟିତ କଦମ୍ବ ମହକେ

    କୋରକିତ କାଦମ୍ବିନୀ ପ୍ରିୟର ପରଶେ

    

ଚପଳମତି ପିଲାଏ କଉତୁକେ ମାତି

    କାଗଜର ଡଙ୍ଗା ଗଢି ସରାଗେ ଭସାନ୍ତି


ମଙ୍ଗଳମୟୀ ଗୋ ତୁମେ ମଙ୍ଗଳକାରିଣୀ

     ଧରା ଧାମେ ଅବତର ଜଳଦ ନନ୍ଦିନୀ 








Rate this content
Log in

Similar oriya poem from Abstract