STORYMIRROR

Kalandi pal

Comedy

4  

Kalandi pal

Comedy

ଗନ୍ଧିଆ ମାଆ

ଗନ୍ଧିଆ ମାଆ

1 min
346


ଗନ୍ଧିଆ ମାଆ କଥାଟା ଟାଣ  

କହେ ରୋକ ଠୋକ କଥା

ଆଜିକା ଝିଅ ଚଳଣି ଦେଖି

ତଳେ ପିଟି ଦିଏ ମଥା ।


ଘରର ଝିଅ ଘରେ ରହିବ

ସିଏ ଘର ଲକ୍ଷ୍ମୀ ବୋଲି

କିପାଠ ଶାଠ ପଢିଲେ ସେତ

ଯାଆନ୍ତି ବଜାର ବୁଲି।


ନାରୀର ଦେହ ଇଜ୍ଜତ ତାର

ଘୋଡେଇକି ରଖ ତାକୁ

ପାଞ୍ଚ ପୁରୁଷ ଦେଖିଲେ ମୁଖ

ସରମ ଲାଗେ ମୁହଁକୁ।


ଲଜ୍ୟାଟି ଯାର ତା ଅଳଙ୍କାର

ଯା ମୁହେଁ ନାହିଁ ଲଜ୍ୟା

ନାରୀତ ନୁହେଁ କଳଙ୍କ ସିଏ

ନାରୀ ଜଗତୁ ତେଜ୍ୟା ।


ପିନ୍ଧନ୍ତି ଜାମା ଅଧା ଲଙ୍ଗଳା

ମୁଣ୍ଡରେ ବାଳକୁ କୁଞ୍ଚି

ଗାଡି ଚଳେଇ ଚଷମା ନାଇ

ହିରୋଇନ ମନେ ପାଞ୍ଚି ।


କଥାଟା ତାଙ୍କ ଓଲଟା ସିଧା

କାନେ ମାଡି ସଦା ଫୋନ

କାସାଥେ କେତେ ଗପନ୍ତି ଏତେ

ନାହିଁ ସମୟର ଜ୍ଞାନ ।


ଘରୁ ବାହାରି ଭ୍ୟାନିଟ ଧରି

କରି ଯାନ୍ତି ରାଜନୀତି

ପାଠରେ ଶୁନ ଉଚ୍ଛନ ମନ

ହେବାକୁ ଗୋଟିଏ ନେତ୍ରୀ ।


ପୁରୁଷ ଏଠି କରେ ରୋଷେଇ

ବୁଝେ ପିଲାଛୁଆ ଧନ୍ଦା

ମିଳିଛି ଗୋଟେ ପଦବୀ ତାରେ

ଫାନ୍ଦିବାକୁ ନାନା ଫନ୍ଦା ।


ଆସିବେ ମନ୍ତ୍ରୀ ହେବ ମିଟିଙ୍ଗ

ଘରେ ରହିଥିବ ତୁମେ

ଯଦି ଛୁଆଟି କାନ୍ଦଇ ଉଠି

ବୋତଲ ଅଛି ସେ ସ୍ଥାନେ ।


କିଯୁଗ ହେଲା ସର୍ବେ ଅଭିଲା

ମୁହଁକୁ ମାଡ଼ୁନି ଲାଜ

ମାଇପେ ଯାନ୍ତି ମିଟିଙ୍ଗ କରି

ଘଇତା ଗାଳେ ପେଜ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy