STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଆମର ହୋସ୍ ଅଛି

ଆମର ହୋସ୍ ଅଛି

1 min
329

କି ବର୍ଣ୍ଣିବି ଭାଇ ମଦୁଆ ମହିମା

  ଭାଷା ଖୋଜି ପାଉ ନାହିଁ

ଦେଶୀ ସାହିତ୍ୟକୁ ଗଣ ମାଧ୍ୟମରେ

  କେମିତି ଲେଖିବି ମୁହିଁ? 


ଗୋଡ଼ ନଡବଡ ପାଦ ଟଳମଳ

  ଦେଖୁ ଦେଖୁ ଖସିଗଲା

ତଳେ ପଡିଯାଇ ରାସ୍ତା ମଝିଟାରେ

  ଶଙ୍କରାଟା ଶୋଇଗଲା।


ରୁମ ଛଡା କୁତି ଆସି ତାର କତି

  ତା ମୁହଁକୁ ଦେଲା ଚାଟି

ଅଣ୍ଡିରା କୁକୁର ଦ‌ଉଡି ଆସିକି

  ମୁହେଁ ଦେଲା ତାର ମୁତି।


ଜିଭ ବୁଲେଇକି ଶଙ୍କରାଟି ତାକୁ

  ବର୍ଷା ଭାବି ଚାଟିଦେଲା

କହେ ପୁଣି ବର୍ଷା ନାହିଁ ଏ କୁକୁର 

  ଭାଇ ପାଦୁକ ଢାଳିଲା।


ଧନ୍ୟବାଦ ଆଜ୍ଞା କୁକୁର ସାଆରେ

  ଆଉ ଟିକେ ଦୟା କର

କୁକୁରକୁ ମାଡ଼ି ବସି କିସ୍ ଦେଲେ

  ବାବୁ ଶଙ୍କରା ଆମର।


କୁକୁରଟି ଯେଣୁ ଛାଟିପିଟି ହୋଇ

  ତା' ପାଖରୁ ପଳାଇଲା

ଶଙ୍କରା ଉଠିକି ଟଳମଳ ହୋଇ

  ଷଣ୍ଢ ପାଖେ ପହଞ୍ଚିଲା


ଷଣ୍ଢ ଠିଆ ହୋଇ ପାକୁଳି କରୁଛି

  ଶଙ୍କରା ହାତ ଯୋଡିଲା

ବାବା ଭୋଳାନାଥ କହି ନମ୍‌ ହୋଇ

  ଷଣ୍ଢ ଆଗେ ଶୋଇଗଲା।


ଷଣ୍ଢ ହଲ‌ଉଛି ମୁଣ୍ଡ ଶଙ୍କରାକୁ

  ଶଙ୍କରା କହୁଛି ଦୁଃଖ

ଷଣ୍ଢ ଶଙ୍କରାଙ୍କ କଥା ଶୁଣିବାକୁ

 ଲୋକ ପୁଣି ଡାକହାକ।


ଦ୍ଵିତୀୟ ଅଧ୍ୟାୟ ମଦୁଆ ମହିମା

  ଶଙ୍କରାର ଉପାଖ୍ୟାନ

ନୂଆବାଇକ୍‌ଟା ରଖାଯାଇଥିଲା

  ପୂଜା ହୋଇ ସେହି ସ୍ଥାନ।


ତଣ୍ଟିଯାକେ ଯେଣୁ ଶଙ୍କରା ପିଇଛି

  ନିଶାଟି ତାକୁ ପ୍ରବଳ

ଗାଡିର ଚକାରେ ଏକ କଲା ସିଏ

  ଟେକିଦେଇ ଗୋଟେ ଗୋଡ।


ଗାଡି ମାଲିକଟି ଟୁକୁନା ଆସିଲା

  ଫୁରୁସତ ଦେଲା ନାହିଁ

ଶଙ୍କରା ପିଠିରୁ ଚୋପା ଛଡେଇଲା

  ମନ‌ ଇଚ୍ଛା ନାଦି ଦେଇ।


ଦେଖୁ ଦେଖୁ ନିଶା ଶଙ୍କରା ମୁଣ୍ଡରୁ

  ସେଇଠି ଓହ୍ଲେଇଗଲା

ଫୋନ୍ ଆସିବାରୁ ମୁରୂଖ ଅପର୍ତ୍ତି

  ସେ ସ୍ଥାନ ତୁରନ୍ତ ଛାଡିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy