STORYMIRROR

SOUBHAGYABATI GIRI

Tragedy

4  

SOUBHAGYABATI GIRI

Tragedy

କଳିଯୁଗ ମଣିଷ

କଳିଯୁଗ ମଣିଷ

1 min
297

ସତ୍ୟ ତ୍ରେତୟା ଓ    ଦ୍ୱାପରର ପରେ

     ଆସି କଳିଯୁଗ ମଣିଷ।

କଳାସଂସ୍କୃତିକୁ      ମାଟିରେ ମିଶେଇ

    କରେ ବିଜ୍ଞାନର ବିକାଶ॥

ଦିଅଁଦେବତାଙ୍କୁ       ପଥର କହିକି 

    ପୂଜା କରେ ନିତି ଟଙ୍କାକୁ।

ଟଙ୍କା ବିନା ଏଇ     ଜୀବନ ଅସାର

     ଘୋଷୁଥାଏ ନିତି ମନକୁ॥

ପାରା ହାତେ ଆଉ    ଚିଠି ଦେଉନାହିଁ

   ମୋବାଇଲ ମେସେଜ ଛାଡୁଛି।

ସ୍ଲେଟଖଡି ଭୁଲି      ନିଜ ପିଲାକୁ ସେ 

     ଲାପଟପରେ ପଢ କହୁଛି॥

ଘୋଡା ଗଧ ପିଠି      ଛାଡି ଏବେ ସିଏ

      ଉଡାଜାହାଜରେ ଉଡୁଛି।

ଖଣ୍ଡା ବର୍ଚ୍ଛା ତୀର     ଫୋପାଡିକି ସିଏ

      ପରମାଣୁ ବୋମା ସଞ୍ଚିଛି॥

ବ୍ୟୋମ ସହ କରି     ପ୍ରତିଯୋଗିତା ସେ

      ନଭଶ୍ଚୁମ୍ଭୀ କୋଠା ଗଢୁଛି।

ଧରିତ୍ରୀ ମାତାକୁ      ଆଡେଇ ଯାଇ ସେ

      ଜହ୍ନ ଦେହେ ଜାଗା କିଣୁଛି॥

ସ୍ୱର୍ଗର ଭ୍ରମ          ସୃଷ୍ଟି କରି ସିଏ

       ଇନ୍ଦ୍ରମହଲ ଗଢୁଛି।

ପାଶ୍ଚାତ୍ୟ ସଂସ୍କୃତି      ଆପଣାଇ ସିଏ 

      ନିଜ ସଂସ୍କୃତିକୁ ଭୁଲିଛି॥

ଗୁରୁ ଗୁରୁଜନ        ମାନୁନି ସେ ଆଉ 

       ନିଜକୁ ତ ବଡ ଭାବୁଛି।

ବିକାଶ ବିକାଶ        ନାରା ଲଗେଇକି

       ବିନାଶ ପଥକୁ ଯାଉଛି॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy