Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitesh Mohapatra

Tragedy

3  

Hitesh Mohapatra

Tragedy

ଆକ୍ଷେପ

ଆକ୍ଷେପ

1 min
113


ବେଳେ ବେଳେ 

କରୁଥାଏ ତାକୁ ଆକ୍ଷେପ

ତାପରେ ଭାବେ ସତରେ କଣ ? 

କିଏ ବା ହଉ 

ନିଜ ପାଇଁ ମାଗିଥିବ ଦୁଃଖ ! । ୧ 


ଅନ୍ୟକୁ ଦୋଷ ଦେଇ 

କିଛି ସମୟ ପାଇଁ କରିପାରେ ନିଜ ମନକୁ ହାଲୁକା 

ତାପରେ ଭାବେ ଭାଗ୍ୟ ବୋଲି 

ଆଉ ନିଜକୁ ବୋକା । ୨ 


ଜୀବନରେ ମିଳିଥାଏ ସେତିକି

ଆଣିଥାଏ ଜିଏ ଯାହା ଭାଗ୍ୟରେ ଜେତିକି

ଖାଲି ଟାରେ "ଆରୋପ ଏବଂ ପ୍ରତ୍ୟାରୋପ" ଦୁଇ ଶବ୍ଦ ମଧ୍ୟରେ

ମଣିଷ ଜୀବନ ରହିଯାଏ ଝୁଲିକି । ୩ 


କର୍ମ ଏକ ମରୀଚିକା 

ଯାହା ଖାଲି ମଣିଷକୁ ଦୌଡାଉ ଥାଏ

ଆମ ଦ୍ୱାରା ଖୋଳା ହେଇଥିବା କୁଅରେ 

ଅନ୍ୟ କାହାର ଶୋଷ ମେଣ୍ଟିଥାଏ । ୪ 


ଜୀବନକୁ ବୁଝିବାର ଚେଷ୍ଟା 

ଏକ ମୂର୍ଖ ପ୍ରୟାସ

ବୁଝିବା ଅପେକ୍ଷା ବଞ୍ଚିବା ଶିଖିଲେ 

ବୋଧେହୁଏ କମିପାରେ ଜୀବନରେ ଥିବା ଅବଶୋଶ । ୫ 


ଏଠି କିଏ କାହା ପାଇଁ ନୁହେଁ ଦାୟୀ 

ଏଠି ସମସ୍ତେ କ୍ଷଣସ୍ଥାୟୀ 

ଭାଗ୍ୟରେ ଲେଖା ଘଟିବା ପାଇଁ 

ଆସିଥାନ୍ତି ଅନ୍ୟମାନେ

ଆମ ଜୀବନେ ଏକ ଭୂମିକା ନେଇଁ । ୬ 



Rate this content
Log in

Similar oriya poem from Tragedy